ବିମାନବନ୍ଦରରେ ମହାପ୍ରସାଦ ବିକିବାକୁ ଯୋଜନା

ଭୁବନେଶ୍ବର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମହାପ୍ରସାଦ ବିକିବାକୁ ବିମାନବନ୍ଦର କର୍ତ୍ତୃପକ୍ଷ ଯୋଜନା କରୁଛନ୍ତି। ନିକଟରେ ବସିଥିବା ବିମାନବନ୍ଦରର ଉପଦେଷ୍ଟା କମିଟି ବୈଠକରେ ସଦସ୍ୟମାନେ ମହାପ୍ରଭୁଙ୍କ ପ୍ରସାଦ ଯେପରି ପୁରୀ ଯାଉନଥିବା ରାଜ୍ୟ ବାହାରର ଯାତ୍ରୀଙ୍କ ପାଇଁ ଉପଲବ୍ଧ ହେବ ସେନେଇ ବ୍ୟବସ୍ଥା କରିବାକୁ କହିଥିଲେ। ରାଜ୍ୟ ବାହାରରୁ ଏବଂ ବିଭିନ୍ନ ଦେଶରୁ ଆସୁଥିବା ଯାତ୍ରୀ ଏବଂ ଏଠାରୁ ଯାଉଥିବା ଯାତ୍ରୀ ଯେପରି ସୁବିଧାରେ ଜଗନ୍ନାଥଙ୍କ ମହାପ୍ରସାଦ ପାଇବେ ସେନେଇ ବ୍ୟବସ୍ଥା କରିବାକୁ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ କହିଥିଲେ। ଏହାପରେ ବିମାନବନ୍ଦର କର୍ତ୍ତୃପକ୍ଷ ଟର୍ମିନାଲ ପରିସରକୁ ନିଲାମ ନେଇଥିବା ସଂସ୍ଥା ସହ ଏନେଇ ଆଲୋଚନା କରିଛନ୍ତି। ହେଲେ କେହି ଏନେଇ ଆଗ୍ରହ ଦେଖାଉନଥିବାରୁ ଏହା କାର୍ଯ୍ୟକାରୀ ହୋଇପାରୁନି।

ବିମାନବନ୍ଦରର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଏବେ ବିମାନବନ୍ଦରରେ ଜଗନ୍ନାଥଙ୍କ ଶୁଖିଲା ଭୋଗ ଏବଂ ପରବର୍ତ୍ତୀ ସମୟରେ ମହାପ୍ରସାଦ ପାଇବେ ସେନେଇ ଆମେ ସବୁ ପ୍ରକାରର ସହଯୋଗ ଯୋଗାଇଦେବୁ। ହେଲେ ପର୍ଯ୍ୟଟନ ବିଭାଗ କିମ୍ବା ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ପ‌ଦକ୍ଷେପ ନିଆଗଲେ ଲକ୍ଷଲକ୍ଷ ଶ୍ରଦ୍ଧାଳୁ ପୁରୀ ନଯାଇ ବି ମହାପ୍ରସାଦ ପାଇପାରନ୍ତେ।

ସମ୍ବନ୍ଧିତ ଖବର