ରାଉରକେଲା: ଇସ୍ପାତ ସମ୍ବାଦ-ସାହିତ୍ୟ ଘରର ପକ୍ଷରୁ ମଙ୍ଗଳବାର ସେକ୍ଟର-୪ ସ୍ଥିତ ରାଉରକେଲା ସରକାରୀ କଲେଜ ଓ ସେକ୍ଟର-୧୮ସ୍ଥିତ ବିବେକାନନ୍ଦ ବିଦ୍ୟାମନ୍ଦିର ସରକାରୀ ଉଚ୍ଚ ବିଦ୍ୟାଳୟ କ୍ୟାମ୍ପସ ପରିସରରେ ଚାରାରୋପଣ କରାଯାଇଛି। ସେକ୍ଟର-୪ ସରକାରୀ କଲେଜରେ ୧୩୦ ଓ ବିବେକାନନ୍ଦ ବିଦ୍ୟାମନ୍ଦିର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ୧୦୦ ଏମିତି ମୋଟ ୨୩୦ ଟି ଫଳ, ପୁଷ୍ପ ସହ ବିଭିନ୍ନ କିସମର ଚାରା ଲଗାଯିବା ସହ ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରାଯାଇଥିଲା।
ରାଉରକେଲା ସରକାରୀ କଲେଜ ପରିସରରେ ଆୟୋଜିତ ଚାରାରୋପଣ କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷା ସୁଜାତା ପ୍ରଧାନ, ପ୍ରାଧ୍ୟାପିକା ଅଞ୍ଜନା ମୈତ୍ର ସିହ୍ନା, ରଂରାଜୀ ଅଧ୍ୟାପକ ପ୍ରଫେସର ରଶ୍ମିରଞ୍ଜନ ରାଉତ, ଇସ୍ପାତ ସାହିତ୍ୟ ଘରର ସଦସ୍ୟା ତଥା ସମାଜସେବୀ ଶ୍ରଦ୍ଧା ଷଡଙ୍ଗୀ, ସଦସ୍ୟ ତଥା ନାଟ୍ୟକାର ଭାସ୍କର ଚନ୍ଦ୍ର ମହାପାତ୍ର ଅତିଥି ଭାବେ ଯୋଗ ଦେଇଥିଲେ। କଲେଜ କ୍ୟାମ୍ପସର ଗୋଟିଏ ଲେଖାଏଁ ଚାରା ଲଗାଇଥିଲେ। ପରେ ଛାତ୍ରଛାତ୍ରୀମାନେ ଚାରାରୋପଣ କରିଥିଲେ। ଅତିଥି ଅଧ୍ୟକ୍ଷା ଶ୍ରୀମତୀ ପ୍ରଧାନ କହିଛନ୍ତି, ସବୁଜ ସୁନ୍ଦର ପରିବେଶ ପାଇଁ ଅଧିକରୁ ଅଧିକ ଚାରାରୋପଣର ଆବଶ୍ୟକତା ରହିଛି।
‘ସମ୍ବାଦ- ସାହିତ୍ୟ ଘର’ର ଏଭଳି ନିୟାର ପ୍ରୟାସ ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ। ସମାଜେସବୀ ଶ୍ରମତୀ ଷଡଙ୍ଗୀ, ନାଟ୍ୟକାର ଶ୍ରୀ ମହାପାତ୍ର ଗଛ ବିନା ସମାଜ ତିଷ୍ଠି ରହିବା ଅସମ୍ଭବ, ଯାହା ଆମେ କରୋନାର ଦ୍ବିତୀୟ ଲହରରେ ଭଲଭାବେ ଉପଲବ୍ଧ କରିଛୁ। ସମ୍ବାଦ- ସାହିତ୍ୟଘରର ଏଭଳି ପ୍ରୟାସ ନିଶ୍ଚିତ ଭାବେ ଅନ୍ୟମାନଙ୍କ ପାଇଁ ପ୍ରେରଣା ବୋଲି କହିଥିଲେ। ଜାତୀୟ ସେବା ଯୋଜନାର କାର୍ଯ୍ୟକାରୀ ଅଧିକାରୀ ଯୁକ୍ତ ତିନି କଲେଜର ପ୍ରଧ୍ୟାପିକା ରଶ୍ମିପ୍ରଭା ମଥାନ, ଅଧ୍ୟାପକ ମନୋଜ କୁମାର ଦଳଇେ, ଯୁକ୍ତ ଦୁଇର ଅଧ୍ୟାପକ ବନବିହାରୀ କିସାନ, ଅଧ୍ୟାପକ କରୁଣାକର ପାଟ୍ଟଶାଣୀ, ଅଧ୍ୟାପକ ଅନୁପ ଏକ୍କା, ଅନୀଲ କୁମାର ରାମ, ଅରବିନ୍ଦ ଦାସ, ଅଜିତ କୁମାର ବେଜ ପ୍ରମୁଖ ସାମିଲ ହୋଇ ଚାରାରୋପଣ କରିଥିଲେ।
ଛାତ୍ର ସ୍ବେଚ୍ଚାସେବୀ ଗୋବିନ୍ଦ ବାରିକ୍, ଗିରିଜାଶଙ୍କର ସ୍ବାଇଁ, ଲଳିତ କେର୍କେଟା, ମାନସ ରଞ୍ଜନ ସାହୁ, ମନୋଜ ସାହୁ, ସରସ୍ବତୀ କୁଜୁର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ। ଅନୁରୂପ ଭାବେ ସେକ୍ଟର-୧୮ ବିବେକାନନ୍ଦ ବିଦ୍ୟାମନ୍ଦିର ସରକାରୀ ଉଚ୍ଚ ବିଦ୍ୟାଳୟରେ ଚାରାରୋପଣ ସହ ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରାଯାଇଥିଲା। କାର୍ଯ୍ୟବାହୀ ପ୍ରଧାନଶିକ୍ଷକ ରଶ୍ମିତ କୁମାର ସାହାଣୀ, ଶିକ୍ଷୟତ୍ରୀ ପ୍ରଣତୀ ପ୍ରଧାନ, କାବେରୀ ଚୌଧୁରୀ, ସୁଚିତ୍ରା ଦାସ, ଶୁଭ୍ରା ମହାନ୍ତି ପ୍ରମୁଖ ଛାତ୍ରଛାତ୍ରୀଙ୍କ ସହ ମିଶି ସ୍କୁଲ କ୍ୟାମ୍ପସ ପରିସରରେ ଚାରାରୋପଣ କରିଥିଲେ। ପୁରାତନ ଛାତ୍ର ଆକାଶ ଦାସ, ଚିନ୍ମୟ ନାୟକ, ପୁରୁଷୋତ୍ତମ ସମାସି, ସ୍କୁଲ କର୍ମଚାରୀ ରାଜେଶ ମିଶ୍ର ଓ ମମତା କାଲୋ ପ୍ରମୁଖ ଚାରା ଲଗାଇବା ସହ ସହାୟତା କରିଥିଲେ। ଦୁଇଟି ସ୍ଥାନରେ ଚାରାରୋପଣ କାର୍ଯ୍ୟକ୍ରମକୁ ସମ୍ବାଦ ରାଉରକେଲା ସଂସ୍କରଣର ଅଶୋକ କୁମାର ପାତ୍ର, ମଳୟ ରଞ୍ଜନ ସାହୁ ନେତୃତ୍ବ ନେଇଥିଲେ। ଅଭୟ କୁମାର ନାୟକ ଓ ଅନ୍ୟମାନେ ସହାୟତା କରିଥିଲେ।