ମାଲକାନଗିରି: ବୁଦୁଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମ୍ବାଦ ସାହିତ୍ୟଘର ଓ ବିଦ୍ୟାଳୟ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ କୃଷି ବୈଜ୍ଞାନିକ ଡ.ସିଦ୍ଧାର୍ଥ କୁମାର କର, ଉତ୍କଳ ସମ୍ମିଳନୀର ସଭାପତି ଡ.ରଂଜନ କୁମାର ସ୍ବାଇଁ, ବିଇଓ ଅସିତ ମିସ୍ତ୍ରୀ, ସିଆରସିସି ଶୁଧାଂଶୁ ସୁତାର ଓ ସତ୍ୟ ନାରାୟଣ ଦେ, ସରପଞ୍ଚ ପଦ୍ମା ମାଡ଼କାମୀ, ବିଦ୍ୟାଳୟର ପ୍ରଧାନଶିକ୍ଷକ ନୀଳକଣ୍ଠ ବେହେରା, ସ୍କୁଲ ସଭାପତି ବଳରାମ ଗୌଡ଼, ସମାଜସେବୀ ସୂର୍ଯ୍ୟନାରାୟଣ ବିଷୋୟୀ, ବରିଷ୍ଠ ସାମ୍ବାଦିକ ଗୋପୀକୃଷ୍ଣ ଦୋରା, ସାହିତ୍ୟଘର ସଂଯୋଜକ ପ୍ରେମେନ୍ଦ୍ର ପରିଛା ପ୍ରମୁଖ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମରେ ପ୍ରଥମେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା। ପିଲାଙ୍କୁ ଗଛ ଲଗାଇବାର ଉଦେଶ୍ୟ ସଂପର୍କରେ ଅତିଥିମାନେ ବିସ୍ତୃତ ଭାବ ବୁଝାଇଥିଲେ।ପ୍ରତ୍ୟେକ ପିଲା ଘରେ ଗୋଟିଏ ଗୋଟିଏ ଗଛଲଗାଇବାକୁ କୁହାଯାଇଥିଲା। ଗଛର ମହତ୍ବ ଏବଂ ଏହା କାହା ପାଇଁ ଲଗାଇବା ତାହା ମଧ୍ୟ ପିଲାଙ୍କୁ ବୁଝାଯାଇଥିଲା। ଏହି ବିଦ୍ୟାଳୟ ଏବଂ ଆଖପାଖରେ ପ୍ରାୟ ୧୫୦ଟି ବିଭିନ୍ନ ରକମର ଗଛ ଲଗାଯାଇଥିଲା। ପିଲାଙ୍କ ହାତରେ ବିଭିନ୍ନ ଫଳ ଗଛ ସହ ଅନ୍ୟ ଅତିଥି ଓ ଗ୍ରାମବାସୀଙ୍କ ହାତରେ ଔଷଧୀୟ ଗଛ ସହ ଅନ୍ୟ ବିଲୁପ୍ତ ପ୍ରାୟ ଗଛ ଲଗାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନୀଳକଣ୍ଠ ବେହେରା ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ଶିକ୍ଷକ ତ୍ରିନାଥ ହାଲଵା, ବନମାଳି ହାଲୱା, ପଦ୍ମ ଚରଣ ରଥ ପ୍ରମୁଖ ସହଯୋଗ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/Mkg-Sambad-Sahitya-ghar-plantation-3.jpg)