ଉପକୂଳ ଓଡ଼ିଶାରେ ଲାଗିବ ବାତ୍ୟା ନିରୋଧୀ ଗଛ, ରାଜ୍ୟରେ ଲାଗିବ ୯ କୋଟି ଗଛ

ଭୁବନେଶ୍ୱର: ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବନ ବିଭାଗ ଅଧିକ ତତ୍ପର ଦେଖାଯାଇଛି। ସେଥିପାଇଁ ବୃକ୍ଷରୋପଣକୁ ଗୁରୁତ୍ୱ ଦେଇଛି। ଉପକୂଳ ଓଡ଼ିଶାରେ ବାତ୍ୟା ନିରୋଧୀ ଗଛ ଲଗାଇବା ପାଇଁ ବନ ବିଭାଗ ଅଣ୍ଟା ଭିଡ଼ିଛି। ଭୁବନେଶ୍ୱରରେ ୭୦ ହଜାର ବଡ଼ ଗଛ ପ୍ରତିରୋପଣ କରାଯିବ। ରାଜ୍ୟରେ ୯ କୋଟି ଗଛ ଲଗାଯିବ ବୋଲି ବନ ବିଭାଗ ପକ୍ଷରୁ ମଙ୍ଗଳବାର କୁହାଯାଇଛି।

ରାଜ୍ୟରେ ସବୁଜିମା ବଢ଼ାଇବା ପାଇଁ ବନ ବିଭାଗର ୫ ବର୍ଷିୟ ଯୋଜନା ପ୍ରସ୍ତୁତ କରିଛନ୍ତି ଏବଂ ଏହି ଆଧାରରେ ପୁରୀ, ଭୁବନେଶ୍ୱର, ଖୋର୍ଦ୍ଧା, କଟକରେ ବୃକ୍ଷରୋପଣ କରାଯିବ। ମୋଟ ୬ ହଜାର ହେକ୍ଟରରେ ଚାରା ରୋପଣ ପାଇଁ ୧୮୭ କୋଟି ଟଙ୍କା ଖର୍ଚ୍ଚ ହେବ।

ସୂଚନାଯୋଗ୍ୟ ଗତ ମେ’ ମାସ ୩ରେ ବାତ୍ୟା ଫନି ଯୋଗୁଁ ଓଡ଼ିଶାର ୧୪ଟି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବାତ୍ୟା ଉପକୂଳ ଓଡ଼ିଶାର ସବୁଜ ବଳୟକୁ ଅଧିକ କ୍ଷତି କରିଛି। ପୁରୀ, ଭୁବନେଶ୍ୱର ଓ କଟକ ଜିଲ୍ଲାରେ କୋଟି କୋଟି ଗଛ ନଷ୍ଟ ହୋଇଯାଇଛି। ଯାହାଫଳରେ ପରିବେଶକୁ ଏବେ ବିଶୁଦ୍ଧ ଅମ୍ଲଜାନର ଅଭାବ ଦେଖାଯାଉଛି। ଏହି ଅଭାବକୁ ପୂରଣ କରିବା ପାଇଁ ରାଜ୍ୟ ସରକାର ବୃକ୍ଷରୋପଣକୁ ଗୁରୁତ୍ୱ ଦେଉଛନ୍ତି।

ସମ୍ବନ୍ଧିତ ଖବର