ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରେରଣାର ବୃକ୍ଷରୋପଣ

ଖୋର୍ଦ୍ଧା: ମଙ୍ଗଳବାର ପ୍ରେରଣା ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯିବା ସହ ଜିଲ୍ଲାକୁ ସବୁଜ ସୁନ୍ଦର ଓ ପ୍ରଦୂଷଣ ମୁକ୍ତ କରିବାକୁ ଅଭିଯାନ ଆରମ୍ଭ ହୋଇଛି ।

ଆଜି ପୂର୍ବାହ୍ଣରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ନାମରେ ଏକ ବୃକ୍ଷ ଚାରା ରୋପଣ କରଥିଲେ । ଏହାପରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିନ୍ଦ୍ରନାଥ ମିତ୍ର ପାଇକ ବିଦ୍ରୋହର କର୍ଣ୍ଣଧାର ବକ୍ସି ଜଗବନ୍ଧୁଙ୍କ ନାମରେ, ଡ ଭଗବାନ ପ୍ରକାଶ ଜୟୀରାଜ ଗୁରୁଙ୍କ ନାମରେ, ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ଅଲେଖ ଚନ୍ଦ୍ର ପହି ଦଳବେହେରା ମାଧବ ଚନ୍ଦ୍ର ରାଉତରାୟଙ୍କ ନାମରେ, ମହାବୀର ଗ୍ରୁପ୍ ଅଫ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଡ ଗନ୍ଧର୍ବ ଚନ୍ଦ୍ର ନାୟକ ପିଣ୍ଡିକି ବାହୁବଳେନ୍ଦ୍ରଙ୍କ ନାମରେ, ପ୍ରେରଣାର ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ଡ ଦିଲିପ ଶ୍ରୀଚନ୍ଦନ କୃତିବାସ ପାଟ୍ଟଶାଣୀଙ୍କ ନାମରେ, ନିୟୁ ଥିଙ୍କିଙ୍ଗ ଫୋରମର ସଭାପତି ନରେନ୍ଦ୍ର ପୃଷ୍ଟି ଓ ସିଗ୍ମା ପବ୍ଲିକ ସ୍କୁଲ୍ ଗ୍ରୀନ୍ ଆର୍ମି ଶାଖାର ଛାତଛାତ୍ରୀମାନେ ମହାପୁରୁଷଙ୍କ ନାମରେ ଚାରା ରୋପଣ କରିଥିଲେ ।

ଜିଲ୍ଲା ସଂସ୍କୃତି ଭବନ ପରିସରରେ ଜିଲ୍ଲାକୁ ସବୁଜ ସୁନ୍ଦର ଓ ପ୍ରଦୂଷଣମୁକ୍ତ କରିବା ଅଭିଯାନର ଶୁଭାରମ୍ଭ ନେଇ ଅନୁଷ୍ଠିତ ସଭାରେ ଅଭିଯାନର ଲୋଗ ଉନ୍ମୋଚିତ ହୋଇଥିଲା । ଏହି ଅବସରରେ ଡ ଗନ୍ଧର୍ବ ନାୟକ, ଡ ଶ୍ରୀନିବାସ ଘଟୁଆରୀ, ସିଗ୍ମା ପବ୍ଲିକ ସ୍କୁଲ, ଆସ୍ମା ସାମାଜିକ ଅନୁଷ୍ଠାନ, ଇଦ୍ରିସ୍ ଖାଁ, ଦେବାଶିଷ ମହାନ୍ତି, ମହାବୀର ଗ୍ରୁପ୍ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ପ୍ରଫେସର ଅଜୟ ସ୍ୱାଇଁଙ୍କୁ ବିଭିନ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ସମ୍ବନ୍ଧିତ ଖବର