ସମ୍ବାଦ ସାହିତ୍ୟଘର ଓ ହୋମିଓପ୍ୟାଥିକ ମେଡ଼ିକାଲ କଲେଜର ଚାରାରୋପଣ

ରାଉରକେଲା: ଗଛ ହିଁ ଜୀବନ। ଗଛଟିଏ ଜୀବନ ସହ ତୁଳନୀୟ। ଯେମିତି ଛୋଟ ଶିଶୁଟିକୁ ଲାଳନପାଳନ କରି ବଡ କରିବା କଷ୍ଟସାଧ୍ୟ। ସେମିତି ଛୋଟ ଚାରାଟିକୁ ମାଟି, ପାଣି ଦେଇ ବଡ କରିବା ମଧ୍ୟ କଷ୍ଟକର। ସାମ୍ପ୍ରତିକ ସ୍ଥିତିରେ ପ୍ରଦୂଷିତ ହେଉଛି ପରିବେଶ। ଏଥିପାଇଁ ଚାରାରୋପଣ ହିଁ ଏକମାତ୍ର ବିକଳ୍ପ ବୋଲି ଉତ୍କଳମଣି ହୋମିଓପାଥିକ ମେଡ଼ିକାଲ କଲେଜର ଅଧ୍ୟକ୍ଷ ଡାକ୍ତର ଅଭୟ କୁମାର ନାୟକ। ଆଜି ‘ସମ୍ବାଦ ସାହିତ୍ୟଘର’ ଓ ‘ହୋମିଓପାଥିକ ମେଡ଼ିକାଲ କଲେଜ’ ମିଳିତ ଆନୁକୂଲ୍ୟରେ ସେକ୍ଟର-୨୧ ନୟାବଜାରସ୍ଥ କଲେଜ କ୍ୟାମ୍ପସ ପରିସରରେ ଆୟୋଜିତ ଚାରାରୋପଣ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ‘ସମ୍ବାଦ’ର ଏଭଳି ପ୍ରୟାସକୁ ପ୍ରଶଂସା କରିଥିଲେ।

ଅନ୍ୟମାନଙ୍କୁ ଚାରାରୋପଣ କରିବାକୁ ଆହ୍ବାନ କରିଥିଲେ। ଡାକ୍ତରୀ ଛାତ୍ରୀ ତେଜସ୍ବନୀ ମିଶ୍ର ପରିବେଶ ସନ୍ତୁଳନ ପାଇଁ ଚାରାରୋପଣ ଆବଶ୍ୟକତା ରହିଛି। ସୁସ୍ଥ ଓ ସୁନ୍ଦର ପରିବେଶ ପାଇଁ ’ସମ୍ବାଦ’ର ଏହି ପ୍ରୟାସ ନିଶ୍ଚିତ ଭାବେ ଅନ୍ୟମାନଙ୍କ ପାଇଁ ପ୍ରେରଣ ବୋଲି କହିଥିଲେ। ଏଥିପାଇଁ ସେ ‘ସମ୍ବାଦ’କ ପରିବାରକୁ ସାଧୁବାଦ ଜଣାଇଥିଲେ। ଅଧ୍ୟକ୍ଷ ଡାକ୍ତର ନାୟକ, ‘ସମ୍ବାଦ’ ରାଉରକେଲା ସଂସ୍କରଣ ସହକାରୀ ମହାପ୍ରବନ୍ଧକ (ନ୍ୟୁଜ୍‌) ଆଶୀଶ କୁମାର ଗଡନାୟକ, କଂଗ୍ରେସ ନେତା ପ୍ରଶାନ୍ତ ସେଠୀ, ସମାଜସେବୀ ମୀନକେତନ ନାୟକ ପ୍ରମୁଖ ଚାରାରୋପଣ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଆରମ୍ଭ କରିଥିଲେ। ପରେ କଲେଜର ଶତାଧିକ ଛାତ୍ରଛାତ୍ରୀ ପିଜୁଳି, ଆତ, କଇଥ, ଅଁଳା, ପାଟୁଳି, କୁମ୍‌କୁମ୍‌, ମନ୍ଦାର, ପଣସ ଆଦି ବିଭିନ୍ନ ପ୍ରକାର ଫୁଲ ଓ ଫଳନ୍ତି ଚାରା‌ରୋପଣ କରିଥିଲେ।

ମୋଟ ୨୧୦ଟି ଚାରା‌ରୋପଣ କରାଯିବା ସହ ୪୫ ଚାରା ଡାକ୍ତର ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରାଯାଇଥିଲା। କଲେଜର ଡାକ୍ତର ପ୍ରଭାକର ନାୟକ, ଡାକ୍ତର ସୁବାଶିଷ ସେଠୀ, ଡାକ୍ତର ସସ୍ମିତା ବେଉରା, ଡାକ୍ତର ଜେବି ସାହୁ, ପ୍ରମୋଦ କୁମାର ନାଏକ, ସୁରେନ୍ଦ୍ର ବେହୁରିଆ, ବୈକୁଣ୍ଠ ମାହାନ୍ତ ମଧ୍ୟ ଗୋଟିଏ ଲେଖାଏଁ ଚାରା ଲଗାଇଥିଲେ। କଲେଜର ତରୁଣ କୁମାର ପଣ୍ଡା, ଚନ୍ଦ୍ର ଶେଖର ସେଠୀ, ସନ୍ତୋଷ କୁମାର ସାହୁ, ଦୀପକ କୁମାର ପଣ୍ଡା, ବି. ଶତାବ୍ଦୀ ଶେଖର ପଣ୍ଡା, ଭୂମିକା ସିଲ୍‌, ପାୟଲ ପରିଡା, ସରିତା ସାହୁ, ଶିବାନୀ ପୃଷ୍ଟି, ମଧୁସ୍ମିତା ବେହେରା, ସୁସ୍ମିତା ପାଲ୍‌, ରାଜନନ୍ଦିନୀ ସାହୁ, ପୁଷ୍ପାଞ୍ଜଳି ନାୟକ, ଲିଜା ତ୍ରିପାଠୀ, ଅମିତ, ଶୁଭଶ୍ରୀ ପ୍ରମୁଖ ସାମିଲ ହୋଇଥିଲେ। ’ସମ୍ବାଦ’ ରାଉରକେଲା ପରିବାର ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ।

ସମ୍ବନ୍ଧିତ ଖବର