ରାଉରକେଲା : ବୃକ୍ଷ ହିଁ ଜୀବନ। ଗଛ ବଞ୍ଚିଲେ, ଆମେ ବଞ୍ଚିବା। ସବୁଜ ସୁନ୍ଦର ପରିବେଶ ପାଇଁ ଅଧିରୁ ଅଧିକ ଚାରାରୋପଣ ଜରୁରୀ ବୋଲି ସେକ୍ଟର-୬ସ୍ଥ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନଆଚାର୍ଯ୍ୟ ସୁରେନ୍ଦ୍ର କୁମାର ଶତପଥୀ କହିଛନ୍ତି। ‘ସମ୍ବାଦ ସାହିତ୍ୟଘର’ ପକ୍ଷରୁ ଶିକ୍ଷାନୁଷ୍ଠାନ ପରିସରରେ ଆୟୋଜିତ ଚାରାରୋପଣ ଓ ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଧାନଆଚାର୍ଯ୍ୟ ଶ୍ରୀ ଶତପଥୀ ରାଉରକେଲାକୁ ସବୁଜବଳୟ କରିବାକୁ ହେଲେ ଆମ ସମସ୍ତଙ୍କର ସମ୍ମିଳିତ ଉଦ୍ୟମ ଦରକାର। ପ୍ରତ୍ୟେକ ଛାତ୍ରଛାତ୍ରୀ ନିଜ ନିଜ ବାଡ଼ିରେ ଗୋଟିଏ ଲେଖାଏଁ ଚାରା ଲଗାଇ ତା’ର ଯତ୍ନ ନେବାକୁ କହିଥିଲେ।
ପରେ ସ୍କୁଲ କ୍ୟାମ୍ପସ ପରିସରରେ ପ୍ରଧାନଆଚାର୍ଯ୍ୟ, ଗୁରୁଜୀଗୁରୁମା, ଛାତ୍ରଛାତ୍ରୀ ଓ ସମ୍ବାଦ ପରିବାର ସଦସ୍ୟମାନେ ଫୁଲ ଚାରାରୋପଣ କରିଥିଲେ। ଶେଷରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଗୋଟିଏ ଲେଖାଏଁ ଫୁଲ ଓ ଫଳନ୍ତି ଚାରା ବଣ୍ଟନ କରାଯାଇଥିଲା। ଏମିତି ଭାବେ ମୋଟ ୯୫୦ ଚାରାବଣ୍ଟନ ସହ ରୋପଣ କରାଯାଇଥିଲା। ସ୍କୁଲର ଗୁରୁଜୀ ଜନ୍ମଜୟ ସୁଆର, ପ୍ରମୋଦ ମହାନ୍ତି, ଶଶୀକାନ୍ତ ରାଉତ, ଗୁରୁମା ମମତା ଜେନା ଓ ମାଳି ରମେଶ ମହାତୋ ଛାତ୍ରଛାତ୍ରୀଙ୍କୁ ଚାରାବଣ୍ଟନରେ ସହଯୋଗ କରିଥିଲେ। ‘ସମ୍ବାଦ’ ରାଉରକେଲାର ଅଶୋକ କୁମାର ପାତ୍ର, ମଳୟ ରଞ୍ଜନ ସାହୁ, ସାଗର ମହାପାତ୍ର, ଅଭିନାଶ ଶୁକ୍ଳା, ଅଭୟ ନାୟକ ଓ ବେଦବ୍ୟାସ ପ୍ରତିନିଧି ମହେନ୍ଦ୍ର ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।