ଜୟପୁର: ଭାରତୀୟ ଷ୍ଟେଟ ବ୍ୟାଙ୍କ ଓ ଓଡିଶା ପରିବେଶ ସମାଜ(ଓଇଏସ) ପକ୍ଷରୁ ପରିବେଶ ସନ୍ତୁଳନ ଓ ପ୍ରତ୍ୟେକ ଘରେ ଓକ୍ସିଜେନ ପହଚାଂଇବା ଲକ୍ଷ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଜୟପୁର ବ୍ଲକର ଆମ୍ବାଗୁଡା ହାଇସ୍କୁଲ ପରିସରରେ ଅନୁଷ୍ଠିତ​ ହୋଇଯାଇଛି। ଅଂଳା, ବାହାଡା, କରଞ, ଅଶୋକ, ସାହାଜ, ବଉଳ, ଅର୍ଜୁନ, ଫାଶି, ଶା​ଳ, ଗଙ୍ଗଶିଉଳୀ ଆଦି ଏହି ପରିସରରେ ବୃକ୍ଷରୋପଣ କରାଯାଇଥିଲା। ଏଥିରେ ଏସବିଆଇ ଆଂଚଳିକ କାର୍ଯ୍ୟାଳୟର ଆଂଚଳିକ ପ୍ରବନ୍ଧକ କାବୁଲା ବେହେରା, ଅପରେସନର ମୁଖ୍ୟ ପରିଚାଳକ ଅଭିମନ୍ୟୁ ବେହେରା, ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁନିଲ ପାଣି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏସବିଆଇ ପକ୍ଷରୁ କୋରାପୁଟ ଜିଲ୍ଲାରେ ଏହି କାର୍ଯ୍ୟକ୍ରମରେ ୨ହଜାର ବୃକ୍ଷରୋପଣ କରାଯିବାର ଲକ୍ଷ୍ୟ ରହିଥିବା ଆଂଚଳିକ ପ୍ରବନ୍ଧକ ସୂଚନା ଦେଇଛନ୍ତି।
ଓଇଏସ୍ ରାଜ୍ୟ ସଂଯୋଜକ ଇଂ.ବିମଳ ଚନ୍ଦ୍ର ଦାଶ, ସହସଂପାଦକ ଇଂ.ମନୋରଂଜନ ମିଶ୍ରଙ୍କ ତତ୍ତ୍ବାବଧାନରେ ସ୍ବେଚ୍ଛାସେବୀ ପ୍ରଦୀପ୍ତ ସାହୁ, ଇଂ.ଅଲୋକ ଚୌଧୁରୀ, ପ୍ରମୋଦ ରାଉଳ, ସୁବ୍ରତ ପୁଜାରୀ, ଚନ୍ଦ୍ରମଣି ବାରିକ ପ୍ରମୁଖ ପରିଚାଳନା କରିଥିଲେ। ଛାତ୍ରଛାତ୍ରୀ ମାନେ ଏହି ଅବସରରେ ବୃକ୍ଷ ରୋପଣ କରିବା ସହ ଏହାକୁ ବଂଚାଇବାକୁ ସଂକଳ୍ପ ନେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/29-4.jpg)