ଛାତ୍ରଛାତ୍ରୀ ପରିବେଶ ସୁରକ୍ଷା ପାଇଁ ସଂକଳ୍ପ ନିଅନ୍ତୁ: ସୌମ୍ୟ

କେଏମ୍‌ବିବି ଉଚ୍ଚ ମାଧ୍ୟମିକ ସ୍କୁଲ୍‌ ପରିସରରେ ବୃକ୍ଷରୋପଣ

କଟକ/ବାରଙ୍ଗ : କେଏମ୍‌ବିବି ସାଇନ୍ସ ଉଚ୍ଚ ମାଧ୍ୟମିକ ସ୍କୁଲ ପରିସରରେ ‘ସମ୍ବାଦ’ର ଅଧ୍ୟକ୍ଷ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଜନ୍ମଦିନ ପାଳିତ ହୋଇଛି। ଏହି ଅବସରରେ ଶ୍ରୀ ପଟ୍ଟନାୟକ ଛାତ୍ରଛାତ୍ରୀଙ୍କ ସହିତ କେକ୍ କାଟି ଜନ୍ମ ଦିନ ପାଳିବା ସହିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି ଅବସରରେ ଏକ ସଭାର ଆୟୋଜନ ହୋଇଥିଲା। ଏଥିରେ ଶ୍ରୀ ପଟ୍ଟନାୟକ ବକ୍ତବ୍ୟ ରଖି ନିଜ ଶିକ୍ଷାନୁଷ୍ଠାରେ ପରିବେଶ ପ୍ରତି ସଚେତନ ରହିବା ପାଇଁ ସଂକଳ୍ପ ନେବା ଏବଂ ବୃକ୍ଷଲତାକୁ ସୁରକ୍ଷିତ ରଖିବା ସହ ପରିବେଶକୁ ସୁରକ୍ଷିତ ରଖିବାକୁ ଉଦ୍ୟମ କରିବାକୁ ଶ୍ରୀ ପଟ୍ଟନାୟକ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।

କାର୍ଯ୍ୟକ୍ରମରେ ‘ସମ୍ବାଦ’ ଗ୍ରୁପ ଅଫ୍ ଇନଷ୍ଟିଚ୍ୟୁସନ୍‌ସର ପ୍ରାଶାସନିକ ନିର୍ଦ୍ଦେଶକ ପ୍ରଫେସର ସରୋଜ କୁମାର ପଣ୍ଡା, କେଏମ୍‌ବିବି କ୍ୟାମ୍ପସ୍‌-୨ର ଅଧ୍ୟକ୍ଷ ଡକ୍ଟର ବିଜୁନି ଚରଣ ସୂତାର, ‘ସମ୍ବାଦ ସାହିତ୍ୟ ଘର’ର ରାଜ୍ୟ ସଂଯୋଜିକା ଡକ୍ଟର ଶୁଭଶ୍ରୀ ଲେଙ୍କା ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ପ୍ରାଣୀ ବିଜ୍ଞାନ ବିଭାଗର ମୁଖ୍ୟ ମିନତୀପ୍ରଭା ସାହୁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର