ଆଳି: କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ବ୍ଲକ୍ ଅନ୍ତର୍ଗତ ମାଣିକପାଟଣା ପଞ୍ଚାୟତର ୬୩ ପ୍ରବାସୀ ନିୟୋଜିତ ହୋଇଛନ୍ତି ମନରେଗା କାମରେ। ସିଙ୍ଗିରି-ମାଣିକପାଟଣା ରାସ୍ତା ଓ କୁଢିପାଟଣା ନିକଟସ୍ଥ ରାସ୍ତା ଦୁଇପାର୍ଶ୍ବରେ ଦେଢ ହଜାର ବୃକ୍ଷରୋପଣର ଯୋଜନା କରାଯାଇ ଗାତ ଖୋଳାଯିବା ସହିତ କ୍ଷେତ୍ର ପ୍ରସ୍ତୁତ କରାଯାଇ ଆଜି ବୃକ୍ଷରୋପଣର ଶୁଭାରମ୍ଭ କରାଯାଇଛି।
ମାଣିକପାଟଣା ସରପଞ୍ଚ ଶରତ କୁମାର ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ବିଡିଓ ଦିବ୍ୟେନ୍ଦୁ ଦାସ ବୃକ୍ଷରୋପଣର ଶୁଭାରମ୍ଭ କରିଥିବା ବେଳେ ବ୍ଲକ୍ ସହକାରୀ ଯନ୍ତ୍ରୀ ସୁରେଶ ସାହୁ,ଏପିଓ ସ୍ନିଗ୍ଧା ସୁଚରିତା ତ୍ରିପାଠୀ, କନିଷ୍ଠ ଯନ୍ତ୍ରୀ ଶୁଭଦର୍ଶିନୀ ସାହୁ ପ୍ରମୁଖ ଯୋଗଦେଇଥିଲେ। ଜିଆରଏସ ସବିତା ପଣ୍ଡା, ଯୁବ ସାମାଜିକ କର୍ମୀ ସନ୍ତୋଷ ବେହେରା ଓ ଅରୁଣ ପ୍ରଧାନ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ।
/sambad/media/post_attachments/wp-content/uploads/2020/07/aul9.jpg)
କରୋନା ମହାମାରୀର ଅଚଳାବସ୍ଥା ସମୟରେ ମନରେଗା ଯୋଜନା ଆମକୁ ବଞ୍ଚିବାର ନୂଆ ରାହା ଦେଇଛି ବୋଲି କହିଛନ୍ତି ବିଦେଶ ଫେରନ୍ତା ପ୍ରବାସୀ ରମେଶ ବେହେରା, ରବୀନ୍ଦ୍ର ବେହେରା, ଦୀପକ ସାହୁ, କୈଳାସ ଦାସ ପ୍ରମୁଖ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/aul.jpg)