ରାଉରକେଲା: ଗଛ ଲଗାନ୍ତୁ ପରିବେଶ ବଚାନ୍ତୁ। କାରଣ ପରିବେଶ ବଞ୍ଚିଲେ, ଆମେ ବଞ୍ଚିବା। ଆଜି ‘ସମ୍ବାଦ-ସାହିତ୍ୟ ଘର’ ଓ ‘ଉଇ ଫର୍ ୟୁ ୟୁଥ କ୍ଲବ’ ର ଚାରାରୋପଣ କାର୍ଯ୍ୟକ୍ରମରେ ଥାନା ଅଧିକାରୀ, ବ୍ଲକର କର୍ମକର୍ତ୍ତା ଓ ସମାଜସେବୀମାନେ କହିଛନ୍ତି। କଳ୍ପତରୁ ଆଶ୍ରମ ଦୁର୍ଗାପୁର ପାହାଡ ଚତୁଃପାର୍ଶ୍ବ ଓ ଛେଣ୍ଡ ଥାନା କ୍ୟାମ୍ପସ ପରିସରରେ ବିଭିନ୍ନ ପ୍ରକାର ଫଳ ଓ ଫୁଲ ଚାରାରୋପଣ କରାଯାଇଥିଲା। ପ୍ରତ୍ୟେକ କର୍ମକର୍ତ୍ତା ଗୋଟିଏ ଲେଖାଏଁ ଚାରାରୋପଣ କରି ଅନ୍ୟମାନଙ୍କୁ ଗୋଟିଏ ଚାରା ଲଗାଇବାକୁ ନିବେଦନ କରିଥିଲେ। ଦୁଇଟି ସ୍ଥାନରେ ମୋଟ ୨୮୦ଟି ଚାରା ରୋପଣ କରାଯାଇଥିଲା।
ଏଥିସହ ସ୍ଥାନୀୟ ବସ୍ତିର ଲୋକଙ୍କୁ ନିଜ ନିଜ ବାଡ଼ିରେ ଲଗାଇବାକୁ ୩୦ଟି ଫଳନ୍ତି ଚାରା ବଣ୍ଟନ କରାଯାଇଥିଲା। କ୍ଲବର କର୍ମକର୍ତ୍ତାମାନେ ପ୍ରଥମେ କଳ୍ପତର ଆଶ୍ରମ ପାର୍ଶ୍ବ ଦୁର୍ଗାପୁର ପାହାଡ ଚତୁଃପାର୍ଶ୍ବରେ ଚାରାରୋପଣ କରିଥିଲେ। କ୍ଲବର ସଭାପତି କୈଳାସ ବେହେରା (ବାପି), ଉପସଭାପତି ପ୍ରଶାନ୍ତ ରାୟ, ସାଧାରଣ ସମ୍ପାଦକ ଅଭୟ ସାହୁ, ଯୁଗ୍ମ ସମ୍ପାଦକ ରଶ୍ମୀ ରଞ୍ଜନ ବାରିକ୍, କୋଷାଧ୍ୟକ୍ଷ ଦେବବ୍ରତ ଦାସ (ଟୁଟୁ) ଓ ବବ୍ଲୁ ପ୍ରସାଦଙ୍କ ସମେତ ରାଜଲକ୍ଷ୍ମୀ ସାହୁ, ଦେବୀକା ମିଶ୍ର ନେତୃତ୍ବ ନେଇଥିଲେ। ଶ୍ରୀମତୀ ସାହୁ ଓ ଶ୍ରୀମତୀ ମିଶ୍ର ସମ୍ବାଦ-ସାହିତ୍ୟ ଘର ଏଭଳି ନିଆରା ପ୍ରୟାସକୁ ସ୍ବାଗତ କରିଥିଲେ। କେବଳ ରାଉରକେଲା ସହର ନୁହେଁ ସାରା ରାଜ୍ୟରେ ସମ୍ବାଦ ଚାରାରୋପଣକୁ ଏକ ବିପ୍ଳବ ଭାବେ ଗ୍ରହଣ କରିଥିବାରୁ ସମ୍ବାଦ ପରିବାର ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଥିଲେ। ଆଗାମୀ ଦିନରେ ସମ୍ବାଦର ଏଭଳି କାର୍ଯ୍ୟରେ କ୍ଲବର ସହଯୋଗ ଜାରି ରହିବ ବୋଲି ଶ୍ରୀମତୀ ସାହୁ କହିଥିଲେ।
ଶୁଭମ୍ ମହାପାତ୍ର, ଚନ୍ଦନ ସୁତାର, ସୁବାଶିଷ ନାୟକ, ସମୀର କୁମାର ବିଶ୍ବାଳ, ସୁର୍ଯ୍ୟ ପ୍ରସାଦ ନାୟକ, ବିଭୂତି ଭୂଷଣ, ଆଶୁତୋଷ ବିଶ୍ବାଳ, ତନୁଶ୍ରୀ ନାୟକ, ବିଶ୍ବଜିତ୍ ରାଉତ, ବିଶ୍ବଜିତ ଘୋଷ, ତ୍ରିଲୋକ ନାଥ, ଆଦିତ୍ୟ ଜେନା, ରାଜ କରଣ, ସୁଭମ ସ୍ବାଇଁ, ଜଗନ୍ନାଥ ପ୍ରଧାନ, ଅନିରୁଦ୍ଧ ବାରିକ୍, ବାଦଲ ଦାସ, ଦିନେଶ ପରିଡା, ରାହୁଲ ପଲାଇ, ଦୀପ୍ତି ବାରିକ୍, ପ୍ରଶାନ୍ତ ସାହୁ, ପ୍ରଦୀପ ବାରିକ୍, ଛବିରାଣୀ ବାରିକ୍ ପ୍ରମୁଖ ଚାରାରୋପଣ କରିବା ସହ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ପରେ କ୍ଲବର କର୍ମକର୍ତ୍ତମାନେ ଛେଣ୍ଡ ଥାନା କ୍ୟାମ୍ପସ ପରିସରରେ ଚାରାରୋପଣ କରିଥିଲେ। ଛେଣ୍ଡ ଥାନା ଅଧିକାରୀ ବିଜୟ ସିଂ ଚାରାରୋପଣ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଆରମ୍ଭ କରିଥିଲେ। ‘ସମ୍ବାଦ-ସାହିତ୍ୟ ଘରର’ ଏଭଳି ପ୍ରୟାସକୁ ନିଶ୍ଚିତ ଭାବେ ଅନ୍ୟମାନଙ୍କ ପାଇଁ ପ୍ରେରଣା ବୋଲି କହିଥିଲେ। ଦୁଇଟି ସ୍ଥାନରେ ଚାରାରୋପଣ କାର୍ଯ୍ୟକ୍ରମକୁ ‘ସମ୍ବାଦ’ ପରିବାର ସଦସ୍ୟମାନେ ସହଯୋଗ କରିଥିଲେ।