ବାଲିପାଟଣା : ଖୋର୍ଦ୍ଧା ଜିଲ୍ଲା ଗ୍ରାମ୍ୟ ଉନୟନ୍ନ ଅଧିକାରୀ ପ୍ରକଳ୍ପ ନିର୍ଦେଶକ ଦିଗନ୍ତ ରାଉତରାୟ ଆଜି ପମ୍ପାଲୋ ପଞ୍ଚାୟତର ନଡ଼ିଆ ଚାରା ରୋପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଏବଂ ନିଳକଣ୍ଠେଶ୍ୱର ମହାଦେବଙ୍କ ମନ୍ଦିର ନିକଟରେ ଲଗାଯାଇଥିବା ଗଛକୁ ବୁଲି ଦେଖିଥିଲେ।| ଓଡିଶା ଜୀବିକା ମିଶନ ଓ ଇକ୍ରିସାଟ ଏବଂ ଏମଜିଏନଆରଇଜିଏସ ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
/sambad/media/post_attachments/wp-content/uploads/2020/11/5bb60398-c380-435c-9bee-f54416006fb3-300x139.jpg)
କୁଳନ୍ତିରାଗ୍ରାମ ଗାଁର ଉତ୍କଳ ରଞ୍ଜନ ରାୟଙ୍କ ଜମିରେ ଚାରାରୋପଣ କରାଯାଇଥିଲା। ଆଜି ସୁଦ୍ଧା ୧୫୬ ଜଣ ହିତାଧିକାରୀ ୭ ଶହ ଗଛ ଲଗାଇଥିବା ସଂଯୋଜିକା ବିଜୟ ଲକ୍ଷ୍ମୀ ବେହେରା ସୂଚନା ଦେଇଛନ୍ତି। ପ୍ରକଳ୍ପ ନିର୍ଦେଶକ ଶ୍ରୀ ରାଉତରାୟ ଚାରାର ମାନ ଏବଂ ଲଗାଇବାର ପ୍ରଣାଳୀ ସମ୍ବନ୍ଧରେ ଅଧିକାରୀ ମାନଙ୍କ ଠାରୁ ବିସ୍ତୃତ ଭାବେ ବୁଝିଥିଲେ।| ଇକ୍ରିସାଟର ଅଧିକାରୀ ରାମ ବିକାଶ ଶର୍ମା ଏବଂ ଦୀପକ କୁମାର ସାହୁ ଗଛ ଲଗାଇବା ପୂର୍ବରୁ ମୂର୍ତ୍ତିକା ସଂରକ୍ଷଣ, ଗର୍ତ୍ତ ଖନନ ଏବଂ ଭରିବା ପ୍ରଣାଳୀ , ଏମସୋଏଲ ଆପର ବ୍ୟବହାର ଏବଂ ଭିବିଷ୍ୟତ କାର୍ଯ୍ୟପନ୍ଥା ସମ୍ବଦ୍ଧରେ ବୁଝାଇଥିଲେ।
/sambad/media/post_attachments/wp-content/uploads/2020/11/274219a0-ddf8-4356-b7e0-58d234b01cdd-300x139.jpg)
ଉକ୍ତ କାର୍ଯ୍ୟକ୍ରମରେ ଓଡିଶା ଜୀବିକା ମିଶନର ଅଧିକାରୀ ବିବେକ ରଞ୍ଜନ ବେହୁରିଆ ଏବଂ ସଂଗ୍ରାମ ଜେନା ନଡ଼ିଆ ଗଛ ଲଗାଇବାର ଉପାଦେୟତା ଓ ବହୁ ମୁଖି ଜୀବିକା ପ୍ରଣାଳୀ ମାଧ୍ୟ୍ୟମରେ ଖାଲି ପଡିଥିବା ଜମିର ସଦୁପଯୋଗ ସମ୍ପର୍କରେ ମହିଳା ଚାଷୀଙ୍କୁ ବୁଝାଇ ଥିଲେ। ଏମଜିଏନଆରଇଜିଏସର ଅଧିକାରୀ ଜ୍ୟୋସ୍ନାମୟୀ ରାଉତ, ବ୍ଲକ ସହକାରୀ ଯନ୍ତ୍ରୀ କାହ୍ନୁ ଚରଣ ନାୟକ, ସ୍ଥାନୀୟ ସରପଞ୍ଚ ବିଜୟ ଲକ୍ଷ୍ମୀ ପାଇକରାୟ, ଜିଆରଏସ ସନ୍ତୋଷ ଜେନା, ବିଏଲସି ସୋନାଲୀ ବେହୁରିଆ, ଗାୟତ୍ରୀ ଧଳ, ପ୍ରିୟାଞ୍ଜଳି ପାଣିଗ୍ରାହୀ, ନିଲମ ସେଠି, ବ୍ୟାଙ୍କ ମିତ୍ର ଲିଜାଲୀନ ବାରିକ, ଅଜିତ ପାଇକରାୟ, ଦିଲ୍ଲୀପ ଓଝା ପ୍ରମୁଖଃ ଏବଂ ସମସ୍ତ ସିଆରପି ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/8c480ff5-5b0b-4fd5-858f-187c1eb7759f.jpg)