କଂଟାବାଞ୍ଜି ‘ସମ୍ବାଦ ସାହିତ୍ୟଘର’ ପକ୍ଷରୁ ବୃକ୍ଷରୋପଣ

କଂଟାବାଞ୍ଜି : ବୃକ୍ଷ ହିଁ ବିଶୁଦ୍ଧ ଅମ୍ଳଜାନର ଗନ୍ତାଘର। ପରିବେଶର ଯତ୍ନ ନେବା ନିହାତି ଜରୁରୀ ଏହି ବାର୍ତ୍ତା ଦେଇ ଗୁରୁବାର ‘ସମ୍ବାଦ ସାହିତ୍ୟଘର’ କଂଟାବାଞ୍ଜି ଶାଖା ତରଫରୁ ବୃକ୍ଷରୋପଣ କରାଯାଇଥିଲା। ସାହିତ୍ୟଘରର ସଂଯୋଜକ ତଥା ‘ସମ୍ବାଦ’ ପ୍ରତିନିଧି ପୁଷ୍ପକେତୁ ବେହେରାଙ୍କ ପ୍ରଚେଷ୍ଟା ଓ ସାହିତ୍ୟଘର ସଭାପତି ରାମଚନ୍ଦ୍ର ସାହୁଙ୍କ ନେତୃତ୍ୱରେ କେଭି କଲେଜ ପରିସରରେ ଗଛ ଲଗାଯାଇଥିଲା।

ଏଥିରେ ଅତିଥି ଭାବେ କଂଟାବାଞ୍ଜି ବନାଞ୍ଚଳ ଅଧିକାରୀ ଶ୍ରଦ୍ଧାଦେବ ବଡ଼ମାଳୀ, ଥାନା ଅଧିକାରୀ ସତ୍ୟଜିତ କନ୍ଦଳକେଲ, ବଙ୍ଗୋମୁଣ୍ଡା ସାହିତ୍ୟ କଳା ପରିଷଦ ସଭାପତି ନାରାୟଣ ମିଶ୍ର, ସଂପାଦକ ରଶ୍ମିରଂଜନ ପୁଟେଲ ଯୋଗ ଦେଇଥିଲେ। ଏହି ଅବସରରେ ଶକାଧିକ ବର, ପିପଳ, ବଉଳ, ଅଁଳା, ଆଦି ଗଛ ଲଗାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସାହିତ୍ୟଘର ସଂପାଦକ ବ୍ରଜଶ୍ୟାମ ଗୁରୁ, ପ୍ରକୃତିବନ୍ଧୁ ବିରଂଚି ନାରାୟଣ ଦାଶ, ଡ. ସଂଜୟ ମିଶ୍ର, ରବିନାରାୟଣ ତ୍ରିପାଠୀ, ବିଭୁଦତ୍ତ ସାହୁ, ନରେନ୍ଦ୍ର ସୁନା, କୈଳାସ ଦୀପ, ଶ୍ୟାମସୁନ୍ଦର ଗୁରୁ, କଂଟାବାଞ୍ଜି ଫରେଷ୍ଟର ବିନୋଦ ବିହାରୀ ଧରୁଆ, ଫରେଷ୍ଟ ଗାର୍ଡ ଚନ୍ଦ୍ରକାନ୍ତି ସୁନା, ଧନଞ୍ଜୟ ପ୍ରଧାନ, ମହେନ୍ଦ୍ର ଷାଣ୍ଢ ପ୍ରମୁଖ ସାମିଲଥିଲେ।

ସମ୍ବନ୍ଧିତ ଖବର