ଭୁବନେଶ୍ବର: ପ୍ଲାଜମା ଥେରାପିରେ ନୁତନ ମାଇଲଖୁଣ୍ଟ ସ୍ଥାପନ କଲା ଓଡ଼ିଶା । ରାଜ୍ୟରେ ୧୦୦୦ରୁ ଅଧିକ ରୋଗୀଙ୍କୁ ପ୍ଲାଜମା ଥେରାପି ଜରିଆରେ ଚିକିତ୍ସା କରାଯାଇଛି । ଟ୍ୱିଟ କରି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏହି ସୂଚନା ଦେଇଛି । ଗୁରୁତର କରୋନା ରୋଗୀଙ୍କ ଶରୀରରେ ଏହି ପ୍ଲାଜମା ଥେରାପି ପ୍ରୟୋଗ ଏକପ୍ରକାର ସଫଳ ସାବ୍ୟସ୍ତ ହୋଇଛି । ପ୍ଲାଜମା ଥେରାପି ଗ୍ରହଣ କରିଥିବା ଅଧିକାଂଶ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
It’s an admirable achievement for the entire team of Plasma Therapy to cross the milestone of administering Plasma to over 1000 patients.
Plasma has been made available to any patient in need - both in Government or Private Covid healthcare facility.
— H & FW Dept Odisha (@HFWOdisha) September 17, 2020
ଦିଲ୍ଲୀରେ ପ୍ରଥମେ ଏହି ପ୍ଲାଜମା ଥେରାପି ଆରମ୍ଭ ହୋଇଥିଲା । ଏହାପରେ ରାଜ୍ୟରେ ଏହାର ପ୍ରଚଳନ ଲାଗି ଓଡ଼ିଶା ସରକାର ନିଷ୍ପତ୍ତି ନେଇଥିଲେ। କଟକ ଏସସିବିରେ ପ୍ରଥମ ଥର ଲାଗି ପ୍ଲାଜମା ଥେରାପି ଆରମ୍ଭ ହୋଇଥିଲା । ପରେ ଏହା ଜିଲ୍ଲା ସ୍ତରରେ ଉପଲବ୍ଧ ହୋଇଥିଲା ପ୍ଲାଜମା ଥେରାପି । ବର୍ତମାନ ରାଜ୍ୟର ସବୁ ସରକାରୀ ଓ ଘରୋଇ ମେଡିକାଲରେ ଏହି ପ୍ଲାଜମା ଥେରାପି ଉପଲବ୍ଧ ହେଉଛି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ପୂରା ପ୍ଲାଜମା ଥେରାପି ଟିମକୁ ଅଭିନନ୍ଦନ ଜଣାଇଛନ୍ତି। ଏହି ସହ ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ପ୍ଲାଜମାଦାତାଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।