ସ୍କୁଲ ଛାତରୁ ପ୍ଲାଷ୍ଟର ଖସିବା ଘଟଣା, ତଦନ୍ତ ଆରମ୍ଭ

ଘଟଗାଁ: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ଢ଼େଙ୍କିକୋଟ ସତ୍ୟନାରୟଣ ବିଦ୍ୟାପୀଠର  କମନ୍ ରୁମର ଛାତରୁ  ପ୍ଲାଷ୍ଟର ଖସିବା ଘଟଣା ପରେ ଆଜି ତରବରିଆ ଭାବରେ ମରାମତି କାମ ଆରମ୍ଭ ହୋଇଛି। ଛାତରୁ ପ୍ଲାଷ୍ଟର ଛଡ଼ାଇ ପୁଟି ମାରାଯାଉଛି। ବିଦ୍ୟାଳୟ ଛୁଟି ହେବା ପରେ କନିଷ୍ଠ ଯନ୍ତ୍ରୀ ଘଟଣାସ୍ଥଳ ପରିଦର୍ଶନ କରି କାର୍ଯ୍ୟ ତଦାରଖ କରିଥିବା ସୂଚନା ମିଳିଛି।

ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଘଟଗାଁ ପଞ୍ଚାୟତ ସମିତି ଜରିଆରେ ଅନ୍ୟୂନ ୫୫ ଲକ୍ଷ ଟଙ୍କା ବ୍ୟୟରେ ମରାମତି କାର୍ଯ୍ୟ କରାଯାଇଥିଲା। କିଛିଦିନ ଗଲାପରେ ଛାତ ଘର ବାରଣ୍ଡାର ପ୍ଲାଷ୍ଟର ଖସିଥିଲା l ଗତକାଲି ଭିତର କମନ୍ ରୁମ୍‌ର ଛାତରୁ ପ୍ଲାଷ୍ଟର ଖସିଲା l ଏହି  ସମ୍ବେଦନଶୀଳ, ସ୍ପର୍ଶକାତର ଖବରଟି ଆଜି ‘ସମ୍ବାଦ’ରେ ପ୍ରକାଶିତ ହେବା ପରେ କନିଷ୍ଠ ଯନ୍ତ୍ରୀଙ୍କ ଆଖିରୁ ନିଦ ହଜି ଯାଇଥିଲା। ଆଜି କିଛି ଲୋକ ଲଗେଇ ପ୍ଲାଷ୍ଟର ଖସିଥିବା ଘରର ତଳପାଖ ପ୍ଲାଷ୍ଟରକୁ ଛଡ଼େଇ ପୁଟି ମରା କାର୍ଯ୍ୟ ଆରମ୍ଭ କରାଯାଇଛି l   ବାକି ଅନ୍ୟ କଠୋରିଗୁଡିକର ଅବସ୍ଥା ବିପଦ ସଂକୁଳ ରହିଛି।  ବର୍ତମାନ ପିଲାମାନେ ଉକ୍ତ ଛାତଘରେ ବସି ପାଠ ପଡ଼ିବାକୁ ସୁରକ୍ଷିତ ମଣୁନାହାନ୍ତି  l ଘରର ସ୍ଥାୟିତ୍ବ ଓ ସୁରକ୍ଷା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l

ଘଟଣା ପରେ ବୁଦ୍ଧିଜୀବୀ, ଅଞ୍ଚଳବାସୀ, ଅଭିଭାବକ ଓ ସ୍କୁଲ କମିଟିର କର୍ମକର୍ତ୍ତାଙ୍କ ମନରେ  ଆଘାତ ଦେବା ସହିତ କାମ କରିଥିବା ଠିକାଦାର ଓ କନିଷ୍ଠ ଯନ୍ତ୍ରୀଙ୍କୁ ସଭିଏଁ ଦାୟୀ କରିଛନ୍ତି। ଅନ୍ୟପଟେ ଅର୍ଜୁନବିଲା ସ୍କୁଲ ଛାତରୁ ପ୍ଲାଷ୍ଟର ଖସିବା ଘଟଣାରେ ପିଡିଡିଆରଡିଏ ତିନି ଦିନ ମଧ୍ୟରେ ତଦନ୍ତ କରି ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କୁ ଘଟଗାଁରୁ ପାଟଣା ବ୍ଲକକୁ ବଦଳି କରିଥିଲା ବେଳେ ଢେଙ୍କିକୋଟ ସତ୍ୟନାରାୟଣ ବିଦ୍ୟାପୀଠ ସ୍କୁଲ ୫-ଟି ସରକାରଙ୍କ କାର୍ଯ୍ୟ ଏଥିପାଇଁ ଏକ ଜିଲ୍ଲାସ୍ତରର ଟିମ ଏହାକୁ ତଦାରଖ କରୁଥିବା ବେଳେ ଥରେ  ନୁହେଁ ଦୁଇଥର ପ୍ଲାଷ୍ଟର ଖସିବା ପରେ ନିରବ ରହିବା ଘଟଣା ଅବିଭାବକ ମହଲରେ ତ୍ରୀବ ଅସନ୍ତୋଷ ଦେଖାଦେଇଛି। ଏ ନେଇ ଘଟଙ୍ଗା ବିଡିଓ ଦୃଷ୍ଟି ଆକର୍ଷଣ କରିବାରୁ ସେ ବୈଠକରେ ଅଛନ୍ତି ବୋଲି କହିଥିଲେ।

ସମ୍ବନ୍ଧିତ ଖବର