ପ୍ଲାଷ୍ଟିକ ଚାଉଳ ବଣ୍ଟନ ନେଇ ଅଭିଯୋଗ: ଭୟରେ ରୋଷଇ କରୁ ନାହାନ୍ତି ହିତାଧିକାରୀ

ଜୟପୁର: ସରକାରଙ୍କ ଦ୍ଵାରା ଗରିବ ହିତାଧିକାରୀମାନଙ୍କୁ ରାସନ କାର୍ଡ ଜରିଆରେ ଚାଉଳ ପ୍ରଦାନ କରାଯାଉଛି। ତେବେ ପ୍ଲାଷ୍ଟିକ୍ ଚାଉଳ ବିତରଣ ହେଉଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ। ସଂପ୍ରତି ଏହି ଚାଉଳକୁ ନେଇ ଜୟପୁର ଓ ବୋରିଗୁମ୍ମା ବ୍ଲକ ଅଂଚଳର ବିଭିନ୍ନ ଗାଁର କାର୍ଡଧିକାରୀ ମାନେ ଭୟ ପ୍ରକାଶ କରିଛନ୍ତି। ସେଥି ମଧ୍ୟରୁ କିଛି କାର୍ଡଧାରୀଙ୍କ ଚାଉଳ ରୋଷାଇ କରିବା ସମୟରେ ଏହା ଉପରେ ଭାସିବା ସବ ପ୍ଲାଷ୍ଟିକ କିମ୍ବା ଅନ୍ୟ କିଛି ପରି ଦେଖାଯାଇଥିଲା। ଚାଉଳ ନିଆଁରେ ତରଳିଯାଉଥିବା କିଛି ହିତାଧିକାରୀ ଅଭିଯୋଗ କରିଛନ୍ତି । ଏହି ସ୍ଥିତିରେ ଏବେ କାର୍ଡଧାରୀ ହିତାଧିକାରୀ ମାନେ ଏହି ଚାଉଳ ନେଇ ରୋଷଇ କରିବା ବଦଳରେ ସେଭଳି ବସ୍ତା ସହ ରଖିଛନ୍ତି। ତେବେ ଲୋକଙ୍କୁ ଏପରି ନିମ୍ନମାନର ଚାଉଳ ଦିଆଯାଇଥିବାରୁ ତାହାର ତଦନ୍ତ କରିବା ପାଇଁ ଦାବି ହୋଇଛି । ଏହା ପୃଷ୍ଠିକର ଚାଉଳ। ଲୋକେ ଅଯଥାରେ ଭୟ ପ୍ରକାଶ କରୁଛନ୍ତି, ଭୟ ଛାଡି ଏହି ଚାଉଳ ଖାଅନ୍ତୁ ବୋଲି କହଚନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଦୀପ କୁମାର ପଣ୍ଡା।

ସମ୍ବନ୍ଧିତ ଖବର