ରାଉରକେଲା : ହାର୍ଡକୋର୍‌ ପିଏଲ୍‌ଏଫ୍‌ଆଇ ଏରିଆ କମାଣ୍ଡର ଗିରଫ

ରାଉରକେଲା : ମୁଖ୍ୟତଃ ବଟି ଆଦାୟ, ଅପହରଣ ଓ ସେହି ଧରଣର ଅପରାଧ ପାଇଁ କୁଖ୍ୟାତ ସଂଗଠନ ପିପୁଲ୍‌ସ ଲିବରେସନ ଫ୍ରଣ୍ଟ୍‌ ଅଫ୍‌ ଇଣ୍ଡିଆ (ପିଏଲ୍‌ଏଫ୍‌ଆଇ)ର ଦୁର୍ଦ୍ଦାନ୍ତ ଏରିଆ କମାଣ୍ଡର ମହେନ୍ଦ୍ର ଚମ୍ପିଆ ଗିରଫ ହେବାର ୩ ଦିନ ପରେ ଆଜି ପୁଣି ଜଣେ ହାର୍ଡକୋର୍‌ ପିଏଲଏଫ୍‌ଆଇ ଏରିଆ କମାଣ୍ଡରକୁ ରାଉରକେଲା ପୁଲିସ ଗିରଫ କରିଛି। ଏହି ଏରିଆ କମାଣ୍ଡର ହେଉଛି ସୁଦାମା ସିଂ (୩୪)।

ସୂଚନା ଅନୁସାରେ, ସୁଦାମଠାରୁ ଦେଶୀ ପିସ୍ତଲ ସହ ଏକ ଜୀବନ୍ତ ଗୁଳି ଉଦ୍ଧାର ହୋଇଛି। ଆଜି ସକାଳେ ସୁଦାମା ବିଶ୍ରା ଅଂଚଳରେ ବୁଲିଥିବା ପୁଲିସ ଖବର ପାଇଥିଲା। ପୁଲିସ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ କାବୁ କରିନେଇଥିଲା। ସୁଦାମା ନାଁରେ ୭ଟି ହତ୍ୟା ମାମଲା ସହ ମୋଟ୍‌ ୧୫ଟି ମାମଲା ରହିଛି।

ସମ୍ବନ୍ଧିତ ଖବର