ମାଲକାନଗିରି: ଆସନ୍ତା ଡିସେମ୍ବର ୨ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ପିଏଲଜିଏ ସପ୍ତାହ ପାଳନ କରାଯାଉଥିବାରୁ ଆଜି ପୁଣି ମାଲକାନଗିରି ସୀମାନ୍ତରେ ରହିଥିବା ଆନ୍ଧ୍ର ଓଡିଶା ବଡର ଡିଭିଜନର ମାଓନେତା ଗଣେଶ ପ୍ରେସ ବିଜ୍ଞପ୍ତିରେ ଏହି ସପ୍ତାହକୁ ଗାଁ ଗାଁରେ ମହାସମାରୋହରେ ପାଳନ କରିବା ପାଇଁ ଆହ୍ବାନ ଦେଇଛନ୍ତି। ଏହି ଦିବସରେ ସହିଦଙ୍କ ସ୍ମତି ଚାରଣ କରାଯିବ ବୋଲି କୁହାଯାଇଛି। ସରକାରଙ୍କର ମାଓ ଦମନ ରଣନୀତି ସମାଧାନକୁ ପରାସ୍ତ କରିବା ପାଇଁ ଆହ୍ବାନ ଦିଆଯାଇଛି। ଏଥିରେ ବିଶାଳ ସଂଖ୍ୟାରେ ଲୋକେ ଯୋଗ ଦେବା ପାଇଁ ଆହ୍ବାନ କରାଯାଇଛି।
ସୀମାନ୍ତବର୍ତ୍ତୀ ଗ୍ରାମରେ ନକ୍ସଲ ପୋଷ୍ଟର ଏବଂ ବ୍ୟାନର ମାରି ନିଜର ଉପସ୍ଥିତି ଜାହିର କରୁଛନ୍ତି। ଚଳିତ ଡିସେମ୍ବରରେ ପିଏଲଜିଏକୁ ୨୨ ବର୍ଷ ହେବାକୁ ଯାଉଥିବାରୁ ଏହାକୁ ମହାଆଡମ୍ବରରେ ପାଳନ କରିବାକୁ ସେଣ୍ଟ୍ରାଲ କମିଟି ତରଫରୁ କୁହାଯାଇଛି। ତେବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଗରିବ ମାରଣନୀତିକୁ ବିରୋଧ କରାଯିବା ସହ ପୁଞ୍ଜିପତି, କୋର୍ପୋରେଟରମାନଙ୍କ ଲାଭ ପାଇଁ ସରକାର ସବୁବେଳେ ତତ୍ପର ରହୁଥିବା କୁହାଯାଇଛି। ଗାଁରେ ହେଉଥିବା ଆଦିବାସୀ ଆନ୍ଦୋଳନକୁ ପୁଲିସ ଓ ସରକାର ମିଲିମିଶି ସମାଧାନ ନାମରେ ଅତ୍ୟାଚାର ଏବଂ ନିର୍ଯାତନା ଦେଉଛନ୍ତି। ଏହି ପ୍ରେସ ବିଜ୍ଞପ୍ତିରେ ଦେଶର ବହୁ ସମସ୍ୟା ଉପରେ ଉଲ୍ଲେଖ କରାଯାଇଛି, ଯାହାକୁ ଜନ ଆନ୍ଦୋଳନରେ ହିଁ ହାସଲ କରାଯାଇପାରିବ ବୋଲି ମାଓନେତା କହିଛନ୍ତି।
ତେବେ ପିଏଲଜିଏକୁ ନେଇ ମାଲକାନଗିରି ଏବଂ ପଡୋଶୀ ଛତିଶଗଡରେ ହାଇ ଆଲର୍ଟ ଜାରି କରାଯାଇଛି। ନକ୍ସଲଙ୍କର କୌଣସି ଚାଲକୁ ସଫଳ କରିବାକୁ ଦେବେ ନାହିଁ ବୋଲି ପୁଲିସ ଏବେ ଠାରୁ ଗୁଇନ୍ଦାକୁ ସଜାଗ ରଖିଛନ୍ତି। ତେଣୁ ଏହି ପିଏଲଜିଏରେ ନକ୍ସଲ କଣ କରୁଛନ୍ତି ଦେଖିବାକୁ ବାକି ରହିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/Mkg-naxal-killed-villager-2.jpg)