ଭୁବନେଶ୍ବର: ୪ଦଫା ଦାବି ନେଇ ପିଏଲ୍ପି ୱାର୍କର୍ସ ଆସୋସିଏସନ୍ ପକ୍ଷରୁ ଲୋୟର ପିଏମ୍ଜିରେ ଧାରଣା ଦିଆଯାଇଛି। ସଂଘର ସଭାପତି ରୁଦ୍ର ସାହୁଙ୍କ ନେତୃତ୍ବରେ ବହୁ କର୍ମଚାରୀ ଧାରଣାରେ ସାମିଲ ହୋଇଛନ୍ତି। ଦାବି ଗୁଡ଼ିକ ମଧ୍ୟରେ ଛଟେଇ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି, ନିଯୁକ୍ତି ପରେ ତାଲିମ ପାଇଁ ସୁଯୋଗ ଦେବା, ନିଜ ନିଜ ବ୍ଲକରେ ନିଯୁକ୍ତି କରିବା ଏବଂ କର୍ମଚାରୀଙ୍କ ବୟସସୀମାରେ କୋହଳ କରିବା ଆଦି ରହିଛି। ସଂଘ ପକ୍ଷରୁ କୁହାଯାଇଛି ଯେ, ଦୀର୍ଘ ବର୍ଷ ଧରି କର୍ମଚାରୀମାନେ ସାକ୍ଷରତା ମିଶନରେ କାର୍ଯ୍ୟରତ ଥିଲେ। ହେଲେ କୌଣସି କାରଣ ନଥାଇ ୨୦୦୫ ମସିହାରେ ରାଜ୍ୟ ସରକାର ସମସ୍ତ କର୍ମଚାରୀଙ୍କୁ ଛଟେଇ କରିଦେଲେ। ଏନେଇ ଆସନ୍ତା ବୁଧବାର ଦିନ ସଂଘର ଏକ ପ୍ରତିନିଧି ମଣ୍ଡଳୀ ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କୁ ଭେଟି ଦାବି ଉପରେ ଆଲୋଚନା କରିବେ। ଯଦି ସରକାର ଦାବି ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି ତେବେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସଂଘ ଚେତାବନୀ ଦେଇଛି।
୪ଦଫା ଦାବି ନେଇ ପିଏଲ୍ପି ୱାର୍କର୍ସ ଆସୋସିଏସନ୍ର ଧାରଣା
/sambad/media/post_attachments/wp-content/uploads/2019/04/protest.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)