ରେମୁଣାରେ ଆୟୋଜିତ ହେଲା ‘ପ୍ଲମ୍ବର ମିଟ୍‌’

ବାଲେଶ୍ବର : କଟକ ରାମଦାସପୁରରେ ଗଢ଼ି ଉଠିଥିବା ଏମ୍‌କେ ପ୍ଲାଷ୍ଟ ପ୍ରାଇଭେଟ ଲିମିଟେଡ୍ ଏବଂ ତାଙ୍କ ସ୍ବୀକୃତିପ୍ରାପ୍ତ ଡିଲର୍‌ ବାଲେଶ୍ବରର ‘ନିର୍ମାଣ ସେଲସ୍‌’ଙ୍କ ସହଯୋଗରେ ଏକ ‘ପ୍ଲମ୍ବର ମିଟ୍‌’ ରେମୁଣା ଜାନୁଗଞ୍ଜଠାରେ ଆୟୋଜିତ ହୋଇଯାଇଛି। ଏହି ମିଟ୍‌ର ପ୍ରାରମ୍ଭରେ କମ୍ପାନିର ପରିଚାଳନା ନିର୍ଦେଶକ ତଥା ମୁଖ୍ୟ ମୁରଲୀକୃଷ୍ଣ ପଟ୍ଟନାୟକ କମ୍ପାନିର ଆଭିମୁଖ୍ୟ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ। ଏହି ଅବସରରେ ଶ୍ରୀ ପଟ୍ଟନାୟକ ଏମ୍‌କେ ପ୍ଲାଷ୍ଟ ପାଇପ୍‌ର ଗୁଣାତ୍ମକ ମାନ ଉପରେ ସବୁବେଳେ ପ୍ରାଥମିକତା ଦିଆଯାଉଛି ଏବଂ ତାହାହିଁ ତାଙ୍କର ମୂଳ ଲକ୍ଷ୍ୟ ବୋଲି ପ୍ରକାଶ କରିଥିଲେ। ପରେ ‘ନିର୍ମାଣ ସେଲସ୍‌’ର ସୋମନାଥ ବିଶ୍ବାଳ କମ୍ପାନିର ପାଇପ୍‌ କିପରି ନିର୍ଭରଯୋଗ୍ୟ ଓ ଏହାର ବିକ୍ରି କିପରି ଆଗେଇ ଚାଲିଛି ଏବଂ ଆଗାମୀ ଦିନଗୁଡ଼ିକରେ କିପରି ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିପାରିବ ସେଥିପାଇଁ ବୁଝାଇଥିଲେ। ଶେଷରେ କମ୍ପାନିର ଉଚ୍ଚପଦସ୍ଥ କର୍ମଚାରୀମାନେ ପ୍ଳମ୍ପରମାନଙ୍କୁ ସେମାନଙ୍କର ସହଯୋଗ ପାଇଁ ଧନ୍ୟବାଦ ଜଣାଇ ଆଗାମୀ ଦୁର୍ଗାପୂଜା ଉପଲକ୍ଷେ ଶୁଭେଚ୍ଛା ଜଣାଇଥିଲେ।

ସମ୍ବନ୍ଧିତ ଖବର