ପ୍ରକାଶ ପାଇଲା ଯୁକ୍ତ ୨ ପରୀକ୍ଷା ଫଳ: ବିଜ୍ଞାନରେ ପାସ୍‌ ହାର ୮୬.୯୩%, କଳାରେ ୮୦.୯୫%, ଚମକିଲେ ଝିଅ

ଭୁବନେଶ୍ବର: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଯୁକ୍ତ  କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା-୨୦୨୪ ଫଳ ରବିବାର ଅପରାହ୍‌ଣରେ ପ୍ରକାଶିତ ହୋଇଛି। କଳାରେ ପାସ୍‌ ହାର ୮୦.୯୫%, ବିଜ୍ଞାନର ପାସ୍‌ ହାର ୮୬.୯୩%, ବାଣିଜ୍ୟର ପାସ୍‌ ହାର ୮୨.୨୭% ଓ ଧନ୍ଦାମୂଳକ ଶିକ୍ଷାରେ ପାସ୍‌ ହାର ୬୮.୦୨ ପ୍ରତିଶତ ରହିଛି। ଏହି ୪ ବିଷୟରେ ପରୀକ୍ଷାର ଫଳ www.orissaresults.nic.inରେ ଉପଲବ୍ଧ କରାଯାଇଥିବା ନେଇ ସିଏଚ୍‌ଏସ୍‌ଇ ପକ୍ଷରୁ କୁହାଯାଇଛି। ପ୍ରଥମ ଥର ପାଇଁ ଏକକାଳୀନ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ ପ୍ରକାଶିତ ହୋଇଛି। କଳା, ବିଜ୍ଞାନ ଓ ବାଣିଜ୍ୟରେ ପୁଅଙ୍କ ତୁଳନାରେ ଝିଅମାନେ ଭଲ ପ୍ରଦର୍ଶନ କରିଛନ୍ତି।

କଳାରେ ମୋଟ ୨,୩୫,୨୧୮ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ଯେଉଁଥିରୁ ୧,୯୦,୪୨୯ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହେଇଛନ୍ତି।ଛାତ୍ର ୭୫,୯୧୩ ଜଣ ଓ ଛାତ୍ରୀଙ୍କ ସଂଖ୍ୟା ହେଉଛି ୧,୩୦,୭୭୧ ଜଣ । ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ ହାର ଢେର୍ ଅଧିକ ରହିଛି। ଛାତ୍ରୀଙ୍କ ପାସ ହାର ୮୭.୫୬ ରହିଥିବା ବେଳେ ଛାତ୍ରଙ୍କ ପାସ ହାର ହେଉଛି ୭୨.୬୮ ପ୍ରତିଶତ।

ବିଜ୍ଞାନରେ ମୋଟ ୧,୧୫,୮୯୫ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ଯେଉଁଥିରୁ ୧,୦୦,୭୫୭ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହେଇଛନ୍ତି।ଛାତ୍ର ୫୨,୫୬୭ ଜଣ ଓ ଛାତ୍ରୀଙ୍କ ସଂଖ୍ୟା ହେଉଛି ୪୮,୧୯୦ ଜଣ । ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ ହାର ଅଧିକ ରହିଛି। ଛାତ୍ରୀଙ୍କ ପାସ ହାର ୮୬.୨୧ ରହିଥିବା ବେଳେ ଛାତ୍ରଙ୍କ ପାସ ହାର ହେଉଛି ୮୭.୭୪ ପ୍ରତିଶତ।

ବାଣିଜ୍ୟରେ ମୋଟ ୨୫,୮୯୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ଯେଉଁଥିରୁ ୨୧,୩୦୮ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହେଇଛନ୍ତି।ଛାତ୍ର ୧୩.୨୩୯ ଜଣ ଓ ଛାତ୍ରୀଙ୍କ ସଂଖ୍ୟା ହେଉଛି ୮,୦୬୯ ଜଣ । ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ ହାର ଢେର୍ ଅଧିକ ରହିଛି। ଛାତ୍ରୀଙ୍କ ପାସ ହାର ୮୦.୪୦ ରହିଥିବା ବେଳେ ଛାତ୍ରଙ୍କ ପାସ ହାର ହେଉଛି ୮୫.୫୫ ପ୍ରତିଶତ।

ମୋଟ ୫୬୩୬ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ଯେଉଁଥିରୁ ୩୮୩୪ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହେଇଛନ୍ତି।ଛାତ୍ର ୧୮୩୧ ଜଣ ଓ ଛାତ୍ରୀଙ୍କ ସଂଖ୍ୟା ହେଉଛି ୨୦୦୩ ଜଣ । ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ ହାର ଢେର୍ ଅଧିକ ରହିଛି। ଛାତ୍ରୀଙ୍କ ପାସ ହାର ୬୪.୬୭ ରହିଥିବା ବେଳେ ଛାତ୍ରଙ୍କ ପାସ ହାର ହେଉଛି ୭୧.୪୦ ପ୍ରତିଶତ।

 

ସମ୍ବନ୍ଧିତ ଖବର