ଜୁନ ୧ ତାରିଖଠାରୁ ୩୬ଟି ଅନ୍‌ଲାଇନ ମୂଲ୍ୟାୟନ କେନ୍ଦ୍ରରେ ହେବ ଯୁକ୍ତ ୨ ଖାତା ଦେଖା

ଭୁବନେଶ୍ୱର: ଜୁନ ୧ ତାରିଖ ଠାରୁ ୩୬ଟି ଅନ୍‌ଲାଇନ ମୂଲ୍ୟାୟନ କେନ୍ଦ୍ରରେ ଯୁକ୍ତ ୨ ଖାତା ଦେଖା ହେବ । ଏହା ୨ଟି ପର୍ଯ୍ୟାୟର ସହ ୨ଟି ସିଫ୍ଟରେ ମୂଲ୍ୟାୟନ ହେବ । ପ୍ରଥମ ସିଫ୍ଟ ସକାଳ ୭ଟାରୁ ଦିନ ୧୨ଟା ୩୦ ଓ ଦ୍ୱିତୀୟ ସିଫ୍ଟରେ ଅପରାହ୍ନ ୧ଟାରୁ ସନ୍ଧ୍ୟା ୬ଟା ୩୦ ଯାଏଁ ଚାଲିବ । ପରବର୍ତ୍ତୀ ପର୍ଯ୍ୟାୟ ଅଫଲାଇନରେ ଖାତା ମୂଲ୍ୟାୟନ ହେବ । ଖାତା ମୂଲ୍ୟାୟନ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

ସମ୍ବନ୍ଧିତ ଖବର