ଆଜିଠୁ ଯୁକ୍ତ୨ କଲେଜରେ ପାଠପଢ଼ା

ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ)ଗୁଡ଼ିକରେ ମଙ୍ଗଳବାରଠାରୁ ପାଠପଢ଼ା ଆରମ୍ଭ ହେବ। ଦଶମ ଶ୍ରେଣୀ ପାସ୍‌ କରିଥିବା ଛାତ୍ରଛାତ୍ରୀଙ୍କର କଲେଜରେ ପ୍ରଥମ ଦିନ ହୋଇଥିବାରୁ କ୍ୟାମ୍ପସରେ ସ୍ୱାଗତ ଲାଗି ବ୍ୟାପକ ପ୍ରସ୍ତୁତି କରାଯାଇଛି। କେତେକ କଲେଜରେ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ ଫୁଲ, ଚନ୍ଦନ ଦେଇ ନୂତନ ପିଲାଙ୍କୁ ସ୍ୱାଗତ କରିବେ। ପ୍ରଥମ ଦିନରେ ଛାତ୍ରଛାତ୍ରୀଙ୍କ ଇଣ୍ଡକ୍ସନ କ୍ଲାସ ହେବ। ଛାତ୍ରଛାତ୍ରୀ ରାଗିଂ ଫର୍ମରେ ଦସ୍ତଖତ କରିବେ। ଛାତ୍ରଛାତ୍ରୀଙ୍କୁ ଟାଇମ୍‌ ଟେବୁଲ୍‌ ବଣ୍ଟାଯିବା ସହ କଲେଜର ନିୟମ ବିଷୟରେ ଅବଗତ କରାଯିବ। ଏହାବ୍ୟତୀତ କଲେଜରେ ଖାଲି ପଡ଼ିଥିବା ସିଟ୍‌ଗୁଡ଼ିକ ପାଇଁ ମଧ୍ୟ ମଙ୍ଗଳବାର ନାମଲେଖା ହେବ। ଯୁକ୍ତ୨ କଲେଜର ୪ ଲକ୍ଷ ୨୪ ହଜାର ୭୩୯ ସିଟ୍‌ ପାଇଁ ନାମଲେଖା ହେଉଛି। ଦୁଇଟି ପର୍ଯ୍ୟାୟ ନାମଲେଖା ପରେ ଏବେ ୯୪ ହଜାର ସିଟ୍‌ ଖାଲି ରହିଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର