ଯୁକ୍ତ୨ କଲେଜରେ ରବିବାର ଛୁଟି ହେବନି

ଭୁବନେଶ୍ବର : ଯୁକ୍ତ୨ କଲେଜ(ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ରେ ରବିବାର ଛୁଟି ହେବନି। ସ୍ଥାନୀୟ ଛୁଟି ବି ହେବନି। ଜାନୁଆରି ୮ରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ନିୟମିତ ଭାବେ ପାଠପଢ଼ା ଚାଲିବ। କେବଳ ଯାହା ସାଧାରଣ ଛୁଟି(କମନ୍‌ ହଲିଡେ) ପାଳନ ହେବ। ଏହି ପାଠପଢ଼ା ସମୟରେ ମୋଟ ୧୦ ଦିନ ଛୁଟି ରହିବ। ‌ସେଗୁଡ଼ିକ ହେଲା ମକର ସଂକ୍ରାନ୍ତି ତଥା ପୋଙ୍ଗଲ୍‌, ସାଧାରଣତନ୍ତ୍ର ଦିବସ, ଶ୍ରୀପଞ୍ଚମୀ, ପଞ୍ଚାୟତିରାଜ ଦିବସ, ମହାଶିବରାତ୍ରି, ହୋଲି, ଉତ୍କଳ ଦିବସ, ଗୁଡ୍‌ ଫ୍ରାଇଡେ, ମହାବିଷୁବ ସଂକ୍ରାନ୍ତି ଓ ରାମ ନବମୀ। ଏହି ଦିନଗୁଡ଼ିକରେ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଆଜି ସ୍ପଷ୍ଟ କରାଯାଇଛି।

ସମ୍ବନ୍ଧିତ ଖବର