ଆଜି ପ୍ରକାଶ ପାଇବ ଯୁକ୍ତ୨ କଟ୍‌ଅଫ୍‌ ମାର୍କ

ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଯୁକ୍ତ୨ କଲେଜ)ରେ ନାମଲେଖା ପାଇଁ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ ତଥା କଟ୍‌ ଅଫ୍‌ ମାର୍କ ତାଲିକା ପ୍ରକାଶ ପାଇବ। ସେହି ଅନୁଯାୟୀ ଯୋଗ୍ୟ ଛାତ୍ରଛାତ୍ରୀ ଜୁଲାଇ ୨ରୁ ୫ ତାରିଖ ମଧ୍ୟରେ ନାମ ଲେଖାଇବେ। ଜୁଲାଇ ୧୦ରେ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ ବାହାରିବ। ଏଥିପାଇଁ ଜୁଲାଇ ୧୧ ଓ ୧୨ରେ ନାମଲେଖା ଅନୁଷ୍ଠିତ ହେବ। ଜୁଲାଇ ୧୬ରେ ବଳକା ସିଟ୍‌ ପାଇଁ ତାଲିକା ବାହାରିବ। ତାଲିକାରେ ଥିବା ଛାତ୍ରଛାତ୍ରୀଙ୍କ ନାମଲେଖା ଜୁଲାଇ ୧୯ରୁ ୨୧ ମଧ୍ୟରେ ହେବ। ଜୁଲାଇ ୨୪ରୁ ଯୁକ୍ତ୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ।

ସମ୍ବନ୍ଧିତ ଖବର