ଏଣିକି ଅନ୍‌ଲାଇନ୍‌ରେ ଯୁକ୍ତ୨ ପାଠପଢ଼ା

ଭୁବନେଶ୍ବର : କରୋନା କଟକଣାକୁ ଦୃଷ୍ଟିରେ ରଖି ରାଜ୍ୟରେ ଥିବା ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜଗୁଡ଼ିକୁ ବନ୍ଦ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଆଜି ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ହଷ୍ଟେଲ ଛାଡ଼ିବାକୁ ଛାତ୍ରଛାତ୍ରୀଙ୍କୁ କୁହାଯାଇଛି। ତେବେ ପାଠ୍ୟକ୍ରମ ଶେଷ କରିବା ଲାଗି ଯୁକ୍ତ୨ ପ୍ରଥମ ଓ ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ଅନ୍‌ଲାଇନ୍‌ କ୍ଲାସ ଜାରି ରହିବ। କଲେଜଗୁଡ଼ିକ ଅଧ୍ୟାପକ ଓ ଅଣ-ଶିକ୍ଷକଙ୍କୁ ମିଶାଇ ମୋଟ ୫୦% କର୍ମଚାରୀଙ୍କୁ ନେଇ ଅଫିସ୍‌ ଚାଲିବ। କଲେଜ ଅଧ୍ୟକ୍ଷମାନେ ଏ ଦିଗରେ ପଦକ୍ଷେପ ନେବେ। ଯେଉଁମାନଙ୍କର ଡ୍ୟୁଟି ନ ଥିବ, ସେମାନେ କୌଣସି ପରିସ୍ଥିତିରେ ମୁଖ୍ୟାଳୟ ଛାଡ଼ି ପାରିବେ ନାହିଁ। ‌ମୋବାଇଲ୍‌ରେ ଯୋଗାଯୋଗ କରିବା କ୍ଷଣି ସେମାନେ କାର୍ଯ୍ୟାଳୟରେ ପହଞ୍ଚି ପାରିବେ। କଲେଜ ଅଧ୍ୟକ୍ଷମାନେ ଏ ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର