ଯୁକ୍ତ ଦୁଇ ପ୍ରଦର୍ଶନ ଚିନ୍ତାଜନକ : ଦୋଷ ମୁଣ୍ଡାଇବାକୁ ନାରାଜ

ହୋଇପାରୁନି କ୍ୟାମ୍ପସ ଅଲଗା, ଅଧ୍ୟାପକ ଅଭାବ, ଶ୍ରେଷ୍ଠ ଶହେରେ ସେଲ୍ଫ ଫାଇନାନ୍ସିଂ କଲେଜର ୭୦, କମୁଛି ପାସ୍‌ହାର, ବଢ଼ୁଛି ମେଧାବୀଙ୍କ ସଂଖ୍ୟା

ଭୁବନେଶ୍ବର : ଯୁକ୍ତ୨ କଲେଜ(ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ) ସ˚ଖ୍ୟା ବଢ଼ୁଛି। ପ୍ରତିବର୍ଷ ୨୦ରୁ ୨୫ଟି ନୂଆ କଲେଜ ଖୋଲିବାକୁ ସରକାର ଅନୁମତି ଦେଉଛନ୍ତି। ଯେତିକି ସରକାରୀ ହାଇସ୍କୁଲକୁ ଯୁକ୍ତ୨ କଲେଜକୁ ଉନ୍ନୀତ କରାଯାଉଛି ସେତିକି ସେଲ୍ଫ ଫାଇନାନ୍ସିଂ କଲେଜ ଖୋଲିବାକୁ ମଧ୍ୟ ବିଭାଗ ଅନୁମତି ଦେଉଛି। ପରିଣାମ େହଲା, ୨୦୧୫ରେ ଯେତିକି କଲେଜ ଥିଲା ଏବେ ଆଉ ପ୍ରାୟ ୨୫୦ କଲେଜ ବଢ଼ିଲାଣି। ହେଲେ କଲେଜ େଖାଲିବା େନଇ ସରକାର େଯତିକି ତତ୍ପର, ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ େନଇ େସତିକି ଯତ୍ନବାନ ନାହାନ୍ତି, ଏକଥା ପରୀକ୍ଷା ଫଳ େଦଖି ବିେଶଷଜ୍ଞମାନେ ମତ ରଖିଲେଣି। ପାସ୍‌ହାର କମିବାରେ ଲାଗିଛି।

ଛାତ୍ରଛାତ୍ରୀଙ୍କ ଦୁର୍ବଳ ପ୍ରଦର୍ଶନ େନଇ େଯତେବେେଳ ଅଭିେଯାଗ ଉଠୁଛି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅଧିକାରୀମାନେ ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କ ମୁଣ୍ତରେ ଦୋଷ ଦେଉଛନ୍ତି। ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯିବା ଦ୍ବାରା ପାସ୍‌ହାର କମିଲା ବୋଲି ବିଭାଗୀୟ ମନ୍ତ୍ରୀ ସମୀର ଦାସ ମଧ୍ୟ ସଫେଇ ଦେଇ ପରୋକ୍ଷରେ ଛାତ୍ରଛାତ୍ରୀଙ୍କୁ ଦୋଷ ଦେଇଛନ୍ତି। ହେଲେ ବିଭାଗ କିମ୍ବା ମନ୍ତ୍ରୀ ନିଜର ଦୋଷ ଦୁର୍ବଳତା ମାନିବାକୁ ନାରାଜ। ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ କଲେଜରେ ଭିତ୍ତିଭୂମି ଅଭା‌ବ, ଅଧ୍ୟାପକ ଅଭାବ କଥା‌ କେହି ଉଠାଉ ନାହାନ୍ତି। ଏହି ବିଷୟଗୁଡ଼ିକର କାହିଁକି ସମୀକ୍ଷା କରାଯାଉ ନାହିଁ ବୋଲି ଶିକ୍ଷାବିତ୍‌ମାନେ ପ୍ରଶ୍ନ କଲେଣି।

ଭୁବନେଶ୍ବରରେ ଥିବା ଦୁଇଟି ପ୍ରମୁଖ ସରକାରୀ ଯୁକ୍ତ୨ କଲେଜ କଥାକୁ ବିଚାରକୁ ନେଲେ ଶିକ୍ଷାର ବାସ୍ତବ ଚିତ୍ର ପଦାକୁ ଆସିବ। ରମାଦେବୀ ମହିଳା କଲେଜ ୪ ବର୍ଷ ହେଲା ବିଶ୍ବବିଦ୍ୟାଳୟରେ ପରିଣତ ହେଲାଣି। ଗୋଟିଏ କ୍ୟାମ୍ପସରେ ୪ଟି ଶିକ୍ଷାନୁଷ୍ଠାନ ଚାଲିଛି। ସକାଳେ ଯୁକ୍ତ୨ ପିଲା ପଢ଼ୁଛନ୍ତି। ଏହାପରେ ଯୁକ୍ତ୩, ପିଜି ଓ ଏମ୍‌ ଫିଲ୍‌ ଛାତ୍ରୀଙ୍କ କ୍ଲାସ ହେଉଛି। କ୍ୟାମ୍ପସ୍‌ରେ ନିର୍ବାଚନ ହେଲେ ଯୁକ୍ତ୨ ପିଲାଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଛି। ଅଧ୍ୟାପକ ଅଭାବ ଲାଗିରହିଛି।

ବିଜେବି କଲେଜରେ ୩ ବର୍ଷ ହେଲା ଯୁକ୍ତ୩ ଓ ଯୁକ୍ତ୨ କଲେଜ କ୍ୟାମ୍ପସ ଅଲଗା ହୋଇପାରୁନି। ନୂଆ ବିଲ୍‌ଡି˚ କାମ ସରିଛି। ତା’ପରେ ବି ସରକାରୀ ବାବୁମାନଙ୍କ ଆନ୍ତରିକତା ଅଭାବରୁ ଯୁକ୍ତ୨ କଲେଜ ସ୍ଥାନାନ୍ତର ହେଉନି। ଅଧ୍ୟାପକ ଅଭାବ ପୂର୍ବଭଳି ଜାରି ରହିଛି। ଗୋଟିଏ କ୍ୟାମ୍ପସରେ ଦୁଇଟି ଶିକ୍ଷାନୁଷ୍ଠାନ ଥିବାରୁ ଯୁକ୍ତ୩ରେ ନିର୍ବାଚନ କିମ୍ବା ଅନ୍ୟ କୌଣସି କାର୍ଯ୍ୟକ୍ରମ ହେଲେ ଯୁକ୍ତ୨ ପିଲାଙ୍କ ପାଠପଢ଼ା ବ୍ୟାହତ ହେଉଛି। କଲେଜ କର୍ତୃପକ୍ଷ ବାରମ୍ବାର ଚିଠି ଲେଖୁଛନ୍ତି, କିଛି ବି ସୁଫଳ ମିଳୁନି। ତଥାପି ଏଠାକାର ଛାତ୍ରଛାତ୍ରୀ ଚଳିତବର୍ଷ ପରୀକ୍ଷାରେ ଶୀର୍ଷ ଦୁଇ ସ୍ଥାନ ଅକ୍ତିଆର କରିବାରେ ସକ୍ଷମ ହୋଇଛନ୍ତି। ବିଜେବି ଓ ରମାଦେବୀ କଲେଜର ଭିତ୍ତିଭୂମି ଯଦି ଏମିତି ତେବେ ରାଜ୍ୟରେ ଥିବା ଅନ୍ୟ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ କଲେଜଗୁଡ଼ିକ ଅବସ୍ଥା କିଭଳି ଥିବ?

ସେଲ୍ଫ ଫାଇନାନ୍ସି˚ କଲେଜକୁ ତୁଳନା କରାଗଲେ, ଚିତ୍ର ସମ୍ପୂର୍ଣ୍ଣ ଓଲଟା। ଅର୍ଧା‌ଧିକ କଲେଜରେ ପର୍ଯ୍ୟାପ୍ତ ଭିତ୍ତିଭୂମି ରହିଛି। ସବୁ ବିଷୟ ଲାଗି ଅଧ୍ୟାପକ, ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ କ୍ଲାସରୁମ୍‌ ଶିକ୍ଷା, ଇ˚ରାଜୀ ଶିକ୍ଷା, ସ୍ବତନ୍ତ୍ର କୋଚି˚ କ୍ଲାସ ବି କରାଯାଉଛି। ଯେଉଁଥିପାଇଁ ବିଜ୍ଞାନ ବିଭାଗର ଶ୍ରେଷ୍ଠ ଶହେ ତାଲିକାରେ ମାତ୍ର ୩୦ ଜଣ ସରକାରୀ କଲେଜର ଛାତ୍ରଛାତ୍ରୀ ରହିଥିବା ବେଳେ ୭୦ ଜଣ ସେଲ୍ଫ ଫାଇନାନ୍ସି˚ କଲେଜର ପିଲା ରହିଛନ୍ତି। ପ୍ରଥମ ଶ୍ରେଣୀରେ ପାସ୍‌ କରୁଥିବା ଛାତ୍ରଛାତ୍ରୀଙ୍କ ସ˚ଖ୍ୟାକୁ ନଜର ପକାଇଲେ ଜଣାପଡେ଼ ଯେ ଗତ ୫ ବର୍ଷ ତୁଳନାରେ ୨୦୧୯ରେ ସର୍ବାଧିକ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୬୦ ପ୍ରତିଶତ ଛାତ୍ରଛାତ୍ରୀ ସେଲ୍ଫ ଫାଇନାନ୍ସି˚ କଲେଜର। ବିଜ୍ଞାନ ପାଠ୍ୟକ୍ରମ ଥିବା ମୋଟ ୧୦୩୨ କଲେଜ ମଧ୍ୟରୁ ପ୍ରାୟ ୩୧୮ ସେଲ୍ଫ ଫାଇନାନ୍ସି˚ କଲେଜରେ ପାଖାପାଖି ୧୭ ହଜାର ପିଲା ପଢ଼ୁଥିବା ବେଳେ ପ୍ରାୟ ୭୦୦ ସରକାରୀ କଲେଜରେ ୮୦ ହଜାରରୁ ଅଧିକ ପିଲା ଶିକ୍ଷା ଗ୍ରହଣ କରୁଛନ୍ତି।

୪୮୮ ବର୍ଗ ବେସରକାରୀ କଲେଜ ଶିକ୍ଷକ ଓ କର୍ମଚାରୀ ସଂଘ ସଭାପତି ପବିତ୍ର ମହଲାଙ୍କ କହିବାନୁଯାୟୀ, ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ ଅଧିକ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୮୦ରୁ ୯୦ ପ୍ରତିଶତ ପିଲା ଏହି ବର୍ଗ ବିଦ୍ୟାଳୟରେ ପଢ଼ୁଛନ୍ତି। ହେଲେ ସେଗୁଡ଼ିକର ଭିତ୍ତିଭୂମି ଠିକ୍‌ ହୋଇପାରିନି। ଆବଶ୍ୟକୀୟ କୋଠା, କ୍ଲାସରୁମ୍‌, କମ୍ପ୍ୟୁଟର ସୁବିଧା, ଅଧ୍ୟାପକ ପଦବି ପୂରଣ, କାର୍ଯ୍ୟକରୁଥିବା ଅଧ୍ୟାପକଙ୍କୁ ଗୁରୁତ୍ବ ଦେବା‌ ଆବଶ୍ୟକ। ଏହା ହୋଇ ନପାରିଲେ ପାସ୍‌ହାର ଉନ୍ନତ ହୋଇପାରିବ ନାହିଁ। କେବଳ ଅଧ୍ୟାପକଙ୍କୁ ଦୋଷ ଦେବା ଉଚିତ୍‌ ନୁହେଁ।

ସମ୍ବନ୍ଧିତ ଖବର