+୨ ବଳକା ସିଟ୍‌ ପାଇଁ ନାମଲେଖା ଅଗଷ୍ଟ ୧ରୁ

ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏକାଦଶ ଶ୍ରେଣୀ ଏବଂ +୨ ଜୁନିଅର କଲେଜର ପ୍ରଥମ ବର୍ଷ ପାଇଁ ହୋଇଥିବା ପ୍ରଥମ ପର୍ଯ୍ୟାୟ ନାମ ଲେଖା ପରେ ଖାଲି ପଡ଼ିଥିବା ସିଟ୍‌ ପାଇଁ ଆସନ୍ତା ଅଗଷ୍ଟ ୧ତାରିଖରୁ ନାମ ଲେଖା ପ୍ରକ୍ରିୟା ଆରମ୍ଭ ହେବ। ଯେଉଁ ଛାତ୍ରଛାତ୍ରୀମାନେ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ହାଇସ୍କୁଲ ସପ୍ଲିମେଣ୍ଟାରି ପରୀକ୍ଷା ବା ତଦାଦୃଶ ପରୀକ୍ଷାରେ ପାସ୍‌ ହୋଇଥିବେ ବା ଯେଉଁମାନେ କୌଣସି କାରଣରୁ ନାମ ଲେଖାଇ ପାରିନଥିବେ ସେମାନେ ଏହି ନାମ ଲେଖା ପ୍ରକ୍ରିୟାରେ ସାମିଲ୍‌ ହୋଇପାରିବେ। ନାମ ଲେଖା ପ୍ରକ୍ରିୟା କେବଳ ଅନଲାଇନ୍‌ ପ୍ରକ୍ରିୟାରେ ହେବ। ଅଗଷ୍ଟ ୭ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଆବେଦନ କରିପାରିବେ। ଅଗଷ୍ଟ ୧୦ରେ ମେରିଟ୍‌ ତାଲିକା ପ୍ରକାଶ ପାଇବ। ୧୧ରୁ ୧୪ତାରିଖ ପର୍ଯ୍ୟନ୍ତ ନାମ ଲେଖା ହେବ।

ସମ୍ବନ୍ଧିତ ଖବର