ଭୁବନେଶ୍ବର: ବହୁ ପ୍ରତୀକ୍ଷିତ ଦ୍ବାଦଶ ଶ୍ରେଣୀର ପରୀକ୍ଷା ଫଳ ଆସନ୍ତା ୨୬ ତାରିଖ ଦିନ ପ୍ରକାଶ ପାଇବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ପକ୍ଷରୁ ବୁଧବାର ଦିନ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି। ସିଏଚ୍ଏସ୍ଇ ପକ୍ଷରୁ କୁହାଯାଇଛି ଯେ, ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ୨୬ ତାରିଖ ଅପରାହ୍ଣରେ ପ୍ରକାଶ ପାଇବ। ପିଲାମାନେ ସିଏଚ୍ଏସ୍ଇର ୱେବ୍ସାଇଟ୍ www.orissaresults.nic.in ମାଧ୍ୟମରେ ପରୀକ୍ଷା ଫଳ ଦେଖିପାରିବେ।
ସୂଚନାଯୋଗ୍ୟ, ଚଳିତ ବର୍ଷ ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ବାର୍ଷିକ ପରୀକ୍ଷା ଫେବୁଆରି ୧୬ ତାରିଖରେ ଆରମ୍ଭ ହୋଇଥିଲା। ଏହି ପରୀକ୍ଷା ମାର୍ଚ୍ଚ ୨୦ ତାରିଖରେ ଶେଷ ହୋଇଥିଲା। ଏବେ ପରୀକ୍ଷା ଫଳ ପ୍ରକାଶନ ନେଇ ତାରିଖ ଘୋଷଣା ହେଲା ପରେ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଓ ଘରୋଇ ବିଦ୍ୟାଳୟର ମାଲିକମାନଙ୍କର ଚିନ୍ତା ବଢ଼ିଯାଇଛି। ଏହାର କାରଣ ହେଲା, ପିଲାମାନଙ୍କର ଫଳ କିପରି ହେବ?
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/99749750-7667-4953-bbce-58ce552bacc6.jpeg)