ଯୁକ୍ତ୨ ବିଜ୍ଞାନ ପୁନଃ ଯାଞ୍ଚ ଲାଗି ଆବେଦନ ଆରମ୍ଭ

ଭୁବନେଶ୍ବର : ଯୁକ୍ତ୨ ବିଜ୍ଞାନ ବିଭାଗର ଉତ୍ତର ଖାତା ମୂଲ୍ୟାୟନ ଲାଗି ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଯେଉଁ ପରୀକ୍ଷାର୍ଥୀଙ୍କର କୌଣସି ବିଷୟର ମାର୍କକୁ ନେଇ କୌଣସି ଦ୍ବନ୍ଦ୍ବ କିମ୍ବା ଅଭିଯୋଗ ଥିବ, ସେମାନେ ଉତ୍ତର ଖାତା ମଗାଇ ଦେଖିପାରିବେ। ଜୁନ୍‌ ୨୧ ଭିତରେ ଆବେଦନ କରିପାରିବେ। ‘chseodisha.nic.in’ ୱେବସାଇଟ୍‌ରେ ପୁନଃ ମୂଲ୍ୟାୟନ ଲାଗି ଫର୍ମ ରହିଛି। ପିଲାମାନଙ୍କୁ ଏସ୍‌ବିଆଇର ‘www.onlinesbi.com’ କୁ ଯାଇ ଏସ୍‌ବିଆଇ ଇ-କଲେକ୍ଟ ମାଧ୍ୟମରେ ପ୍ରତି ପେପର ପିଛା ୨୦୦ ଟଙ୍କା ଡିପୋଜିଟ୍‌ କରିବାକୁ ହେବ। ଆବେଦନ କରିବା‌ ପରେ ଜୁନ୍‌ ୨୫ରୁ ଜୁଲାଇ ୧ ମଧ୍ୟରେ ପରୀକ୍ଷାର୍ଥୀଙ୍କ ମେଲ୍‌ ଆଇଡିକୁ ଲିଙ୍କ୍‌ ଦିଆଯିବ। ସେମାନଙ୍କ ପଞ୍ଜୀକୃ୍ତ ମୋବାଇଲ୍‌କୁ ମଧ୍ୟ ଏସ୍‌ଏମ୍‌ସ୍‌ ପଠାଯିବ।

ଯେଉଁ ପିଲାମାନେ ଜୁଲାଇ ୧ ମଧ୍ୟରେ ଲିଙ୍କ୍‌ ପାଇନଥିବେ, ସେମାନେ ଜୁଲାଇ ୧ରୁ ୪ ମଧ୍ୟରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକଙ୍କୁ ‘[email protected]’ କୁ ମେଲ୍‌ ମାଧ୍ୟମରେ ଜଣାଇବେ। ପିଲାମାନେ ଖାତା ଡାଉନ୍‌ଲୋଡ଼୍‌ କରି ଦେଖି ସାରିବା ପରେ ତ୍ରୁଟି ନ ଥିଲେ ପୁଣିଥରେ ଆବେଦନ କରିବେ ନାହିଁ। ଯଦି ଉତ୍ତର ଖାତାର କୌଣସି ସ୍ଥାନରେ ମୂଲ୍ୟାଙ୍କନ ହୋଇନଥିବ, ପ୍ରଶ୍ନର ମୂଲ୍ୟାୟନକୁ ମୋଟ ମାର୍କ ସହ ମିଶାଯାଇ ନ ଥିବ କିମ୍ବା ମୋଟ୍‌ ମାର୍କରେ କୌଣସି ତ୍ରୁଟି ରହିଥିବ, ତେବେ ସେମାନେ ତାଙ୍କୁ ପୂର୍ବରୁ ଦିଆଯାଇଥିବା ଲିଙ୍କ୍‌ରେ ଅଭିଯୋଗ କରିବେ। ଜୁଲାଇ ୧୩ ମଧ୍ୟରେ ପରୀକ୍ଷାର୍ଥୀ ଅଭିଯୋଗ କରିପାରି‌ବେ। ନିର୍ଦ୍ଧାରିତ ସମୟ ଓ ନିର୍ଦ୍ଧାରିତ ପ୍ରକ୍ରିୟାରେ ଆବେଦନ କରୁନଥିବା ଅଭିଯୋଗକୁ ଗ୍ରହଣ କରାଯିବ ନାହିଁ। ଏନେଇ ସବ‌ିଶେଷ ବିବରଣୀ ପରିଷଦର ୱେବସାଇଟ୍‌ରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର