ଯୁକ୍ତ୨ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା : ମେଧା ତାଲିକା ପ୍ରକାଶ, ଆଜିଠୁ ନାମଲେଖା

ଭୁବନେଶ୍ବର : ଯୁକ୍ତ୨ କଲେଜଗୁଡ଼ିକରେ ଖାଲିଥିବା ସିଟ୍‌ରେ ନାମଲେଖା ପାଇଁ ଆଜି ଦ୍ବିତୀୟ ପର୍ଯ୍ୟାୟ ନାମଲେଖାର ମେଧା ତାଲିକା ପ୍ରକାଶ ପାଇଛି। ଏହି ପର୍ଯ୍ୟାୟରେ ନାମଲେଖା ଲାଗି ମୋଟ ୩୯ ହଜାର ୫୦ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ୩୬ ହଜାର ୩୧୭ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। ଏଥିରେ ୧୯ ହଜାର ୩୮୧ ଜଣ ଛାତ୍ର ଓ ୧୬ ହଜାର ୯୩୬ଜଣ ଛାତ୍ରୀ ରହିଛନ୍ତି। କଳା ବିଭାଗରେ ୧୭ ହଜାର ୩୩୫ଜଣ ଚୟନ ହୋଇଥିବା ବେଳେ ବିଜ୍ଞାନରେ ୮୭୬୬, ବାଣିଜ୍ୟରେ ୪୭୧୧, ସଂସ୍କୃତରେ ୩୫୯୫ ଓ ଧନ୍ଦାମୂଳକ ବିଭାଗରେ ୧୯୧୦ ଜଣ ମନୋନୀତ ହୋଇଛନ୍ତି। ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ନାମଲେଖା ଶୁକ୍ରବାର ପୂର୍ବାହ୍ନ ୧୧ଟାରୁ ଶନିବାର ଅପରାହ୍‌ଣ ୫ଟା ମଧ୍ୟରେ ଅନୁଷ୍ଠିତ ହେବ। ୨୦୧୯-୨୦ ଶିକ୍ଷା ବର୍ଷରେ ମୋଟ ୪ଲକ୍ଷ ୪୨ ହଜାର ୨୯୫ ସିଟ୍‌ରେ ନାମଲେଖା ହେଉଛି। ପ୍ରଥମ ପର୍ଯ୍ୟାୟ ନାମଲେଖାରେ ୩ଲକ୍ଷ ୧୦ ହଜାର ୩୭୫ ସିଟ୍‌ ପୂରଣ ହୋଇଛି। ଆଉ ୧ଲକ୍ଷ ୩୧ ହଜାର ୯୨୦ ସିଟ୍‌ ଖାଲି ରହିଛି।

ସମ୍ବନ୍ଧିତ ଖବର