ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ୨ ସ୍ବତନ୍ତ୍ର ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନ ୩୦ ଜିଲ୍ଲାର ୧୮୫ଟି ପରୀକ୍ଷା କେନ୍ଦ୍ରରେ ରାଜନୀତି ବିଜ୍ଞାନ, ପଦାର୍ଥ ବିଜ୍ଞାନ ଓ ଆକାଉଣ୍ଟାନ୍ସି ଆଦି ବିଷୟରେ ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ବିଭାଗ ଛାତ୍ରଛାତ୍ରୀ ପୂର୍ବାହ୍ଣ ୧୦ଟାରୁ ଅପରାହ୍ନ ୧ଟା ମଧ୍ୟରେ ପରୀକ୍ଷା ଦେଇଛନ୍ତି। ୧୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପରୀକ୍ଷାରେ ୧୩ ହଜାରରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ। ରବିବାର ମଧ୍ୟ ପରୀକ୍ଷା ଅନୁଷ୍ଠିତ ହେବ। ଅକ୍ଟୋବର ୨ରେ ଗାନ୍ଧୀ ଜୟନ୍ତୀ ଓ ୬ରେ ମହାଳୟା ଯୋଗୁଁ ପରୀକ୍ଷା ବନ୍ଦ ରହିବ। ସମୟ କମ୍ ଥିବାରୁ ସବୁ ବିଷୟ ବଦଳରେ ପ୍ରମୁଖ ବିଷୟରେ ପରୀକ୍ଷା କରାଯାଉଛି। ସମସ୍ତ କେନ୍ଦ୍ରରେ ସିସିଟିଭି ଲଗାଯିବା ସହ କପି ରୋକିବାକୁ ତ୍ରିସ୍ତରୀୟ ସ୍କ୍ବାଡ୍ ବ୍ୟବସ୍ଥା ହୋଇଛି। କରୋନା କଟକଣା ମଧ୍ୟରେ ପରୀକ୍ଷା ହେଉଛି।
ଯୁକ୍ତ୨ ସ୍ବତନ୍ତ୍ର ପରୀକ୍ଷା ଆରମ୍ଭ
/sambad/media/post_attachments/wp-content/uploads/2021/05/exam.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)