ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ)ରେ ସ୍ପଟ ନାମଲେଖା ପାଇଁ ବିବରଣୀ ଜାରି କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ। ଏବେ ସ୍ପଟ୍ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ। ଏପର୍ଯ୍ୟନ୍ତ ନାମଲେଖାରୁ ବଳିଥିବା ସିଟ୍ର ତିନିଗୁଣ ଆବେଦନକାରୀ ରହିବେ। ଛାତ୍ରଛାତ୍ରୀଙ୍କର ମେଧା ଓ ଆବେଦନ ଅନୁସାରେ ଚୟନ ତାଲିକା ପ୍ରକାଶ ପାଇବ। ସ୍ପଟ ନାମଲେଖା ପାଇଁ ଏବେ ଆବେଦନ ଗ୍ର୍ରହଣ କରଯିବ ନାହିଁ। ଯେଉଁ ଆବେଦନକାରୀ ପୂର୍ବରୁ ଚୟନ ହୋଇଥିବେ ଓ ଅନ୍ଲାଇନ୍ ଚୟନ ପ୍ର୍ରକ୍ରିୟାରେ ତାଙ୍କୁ ଇଣ୍ଟିମେସନ ପଠାଯାଇଥିବ କିନ୍ତୁ ବିଭିନ୍ନ କାରଣରୁ ନାମଲେଖାଇ ନ ଥିବେ, ସେମାନେ ଚୟନ ହୋଇଥିବା ଯୁକ୍ତ୨ କଲେଜରେ ନାମଲେଖାଇବା ପାଇଁ ପାଇଥିବା ଇଣ୍ଟିମେସନ ଲେଟର ଦାଖଲ କରିବେ। ଏଥିସହ ଯେଉଁ ଆବେଦନକାରୀ ଅନ୍ଲାଇନ୍ରେ ନାମଲେଖା ପାଇଁ ଆବେଦନ କରିଥିବେ ଓ ସେମାନଙ୍କ ଆବେଦନପତ୍ରକୁ ସଂଯୁକ୍ତକରଣ ଓ ବୈଧ କରାଯାଇଥିବ, କିନ୍ତୁ ସେମାନେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ଚୟନ ହୋଇ ନ ଥିବେ, ନାମଲେଖା ପାଇଁ ଚୟନ କଲେଜରେ ଆବେଦନ କରିବାର ପତ୍ର ସହ ଅନ୍ଲାଇନ ଦେୟର ପ୍ରମାଣପତ୍ର ଦାଖଲ କରିବେ। ଏହି ଦୁଇ କାଟାଗୋରିର ଆବେଦନକାରୀଙ୍କ ପାଇଁ ମେଧା ତାଲିକା ପ୍ରକାଶ ପାଇବ। ମେଧା ତାଲିକା ମଧ୍ୟରୁ ଇଚ୍ଛୁକ ଓ ଯୋଗ୍ୟ ଆବେଦନକାରୀ ସ୍ପଟ୍ ନାମଲେଖାଇବା ପାଇଁ ସେମାନଙ୍କ ଚୟନ କଲେଜରେ ଏକ ହାତଲେଖା ଦରଖାସ୍ତ ଦାଖଲ କରିବେ। କଲେଜଗୁଡ଼ିକ ସ୍ପଟ ନାମଲେଖା ପାଇଁ ଆବେଦନକାରୀଙ୍କ ମେଧା ଅନୁସାରେ ଏକ ସଂକ୍ଷିପ୍ତ ତାଲିକା ପ୍ରସ୍ତୁତ କରି ନୋଟିସ୍ ବୋର୍ଡରେ ପ୍ରକାଶ କରିବେ।
ଯୁକ୍ତ୨ ସ୍ପଟ୍ ନାମଲେଖା ପାଇଁ ବିବରଣୀ ଜାରି
/sambad/media/post_attachments/wp-content/uploads/2018/07/ad-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)