ଯୁକ୍ତ୩ ନାମଲେଖା: ସାର୍ଟିଫିକେଟ ଦାଖଲରେ କୋହଳ

ଭୁବନେଶ୍ୱର : ଆଜିଠାରୁ ଯୁକ୍ତ ୩ ନାମଲେଖା ଆରମ୍ଭ ହୋଇଛି। ତେବେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସମେତ ସିବିଏସ୍‌ଇ ଓ ଆଇସିଏସ୍‌ସିଇ ପକ୍ଷରୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଯୁକ୍ତ୨ ସାର୍ଟିଫିକେଟ୍‌ ଓ ମାର୍କସିଟ୍‌ ମିଳିନି। ତାହାକୁ ନଜରରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନାମଲେଖାରେ କିଛିଟା କୋହଳ କରାଯାଇଛି। ଛାତ୍ରଛାତ୍ରୀ ଅରିଜିନାଲ ସାର୍ଟିଫିକେଟ୍‌ ଦେଇ ନପାରିଲେ ମଧ୍ୟ ନାମ ଲେଖାଇ ପାରିବେ। ଏଥିପାଇଁ ସବୁ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଅବଗତ କରାଯାଇଛି।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦରରୁ ଉତ୍ତୀର୍ଣ୍ଣ ବିଦ୍ୟାର୍ଥୀ ନେଟ୍‌ରୁ ମଳିଥିବା ପ୍ରମାଣପତ୍ରରେ ନିଜେ ସ୍ବାକ୍ଷର ତଥା ସେଲ୍ଫ ଆଟେଷ୍ଟେଡ୍‌ କରି ଦାଖଲ କରିପାରିବେ। ସେହିପରି ସିବିଏସ୍‌ଇ, ଆଇସିଏସ୍‌ଇ ସମେତ ଅନ୍ୟ ପରିଷଦରୁ ଦ୍ବାଦଶରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ନେଟ୍‌ରୁ ମାର୍କସିଟ୍‌ ଡାଉନ୍‌ଲୋଡ୍‌ କରି ପଢ଼ୁଥିବା ଶିକ୍ଷାନୁଷ୍ଠାନର ମୁଖ୍ୟଙ୍କଠାରୁ ସ୍ବାକ୍ଷର କରି ନାମଲେଖା ସମୟରେ ଦାଖଲ କରିପାରିବେ। ନାମଲେଖାରୁ ଯେପରି କୌଣସି ଛାତ୍ରଛାତ୍ରୀ ବଞ୍ଚିତ ନହେବେ, ସେଥିପ୍ରତି ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଧ୍ୟାନ ଦେବେ। ଏଥିପାଇଁ ଛାତ୍ରଛାତ୍ରୀଙ୍କୁ ଏକ ଅଣ୍ଡରଟେକିଂ ଲିଖିତ ଭାବେ ଦେବାକୁ ପଡ଼ିବ। ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ୧୫ଦିନ ଓ ଦ୍ବିତୀୟ ପର୍ଯ୍ୟାୟରେ ନାମ ଲେଖାଇଥିବା ବିଦ୍ୟାର୍ଥୀ ୭ଦିନ ମଧ୍ୟରେ ମାର୍କସିଟ୍‌ ଦାଖଲ କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର