ଯୁକ୍ତ ୩ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି: ଅଗଷ୍ଟ ୨୦ ତାରିଖରୁ ଅନଲାଇନ୍ ଆବେଦନ

ଭୁବନେଶ୍ୱର: ଯୁକ୍ତ ୩ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅଗଷ୍ଟ ୨୦ ତାରିଖ ସକାଳ ୧୧ଟାରୁ ସେପ୍ଟେମ୍ବର ୪ ତାରିଖ ରାତି ୧୧ଟା ୪୫ ମିନିଟ୍ ଯାଏଁ ଛାତ୍ରଛାତ୍ରୀମାନେ ଅନଲାଇନ୍ ଆବେଦନ କରିପାରିବେ। ସେପ୍ଟେମ୍ବର ୯ ତାରିଖ ସକାଳ ୧୧ଟାରେ ପ୍ରଥମ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ।

ସେପ୍ଟେମ୍ବର ୯ରୁ ୧୪ ତାରିଖ ରାତି ୧୧ଟା ୪୫ ମିନିଟ୍ ଯାଏଁ  ଯାଏଁ ସାମ୍ସ ପୋର୍ଟାଲରେ ଅନଲାଇନ୍ ଫି ଦାଖଲ କରିପାରିବେଛାତ୍ରଛାତ୍ରୀ। ଏହାପରେ ପ୍ରଥମ ପର୍ଯ୍ୟାୟର ଆଡମିସନ୍ ପ୍ରକ୍ରିୟା ସେପ୍ଟେମ୍ବର ୧୬ ତାରିଖରେ ଶେଷ ହେବ। ସେପ୍ଟେମ୍ବର ୨୧ରେ ଦ୍ୱିତୀୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ।

ସମ୍ବନ୍ଧିତ ଖବର