ଭୁବନେଶ୍ବର : ଉଚ୍ଚଶିକ୍ଷା ବିଭାଗ ଅଧୀନ ଯୁକ୍ତ୩(ସ୍ନାତକ) କଲେଜ‌ରେ ଆଜିଠୁ ନାମଲେଖା ନାମଲେଖା ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟ ମେଧା ତାଲିକାରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ଆସନ୍ତା ୧୬ ତାରିଖ ମଧ୍ୟରେ ଆଲଟ୍‌ ହୋଇଥିବା କଲେଜରେ ରିପୋର୍ଟିଂ କରିବା ସହ ନାମ ଲେଖାଇପାରିବେ। ୨୦୨୧-୨୨ ଶିକ୍ଷାବର୍ଷରେ ୨ ଲକ୍ଷ ୪୯ ହଜାର ୫୩୯ ସିଟ୍‌ରେ ନାମଲେଖା ପାଇଁ ୨ଲକ୍ଷ ୪୪ ହଜାର ୨୫୨ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୬୮ ହଜାର ୫୩୭ ଛାତ୍ରଛାତ୍ରୀ ନାମଲେଖା ଲାଗି ଯୋଗ୍ୟ ବିବେଚିତ ହୋଇଛନ୍ତି।

Advertisment

କଳାରେ ୧ ଲକ୍ଷ ୨ ହଜାର ୨୯୨, ଫିଜିକାଲ ସାଇନ୍ସରେ ୨୫ ହଜାର ୩୫୦, ବାୟୋଲୋଜିକାଲ ସାଇନ୍ସରେ ୧୮ ହଜାର ୩୩୮, ବାଣିଜ୍ୟରେ ୧୭ ହଜାର ୬୩୪, ସଂସ୍କୃତରେ ୩ ହଜାର ୭୮୮ ଓ ସେଲ୍ଫ ଫାଇନାନ୍ସିଂରେ ୧୧୩୫ ଜଣ ନାମ ଲେଖାଇବାକୁ ମନୋନୀତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୭୫ ହଜାର ୭୦୪ ଛାତ୍ର, ୯୨ ହଜାର ୮୦୭ ଛାତ୍ରୀ, ୨୬ ଜଣ କିନ୍ନର ରହିଛନ୍ତି। ଏହି ଛାତ୍ରଛାତ୍ରୀ ଆସନ୍ତା ୧୪ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ରେ ନାମଲେଖା ଫି’ ଦାଖଲ କରିପାରିବେ। ଆସନ୍ତା ୨୧ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ତଥା କଟ୍‌ ଅଫ୍‌ ମାର୍କ ପ୍ରକାଶ ପାଇବ। ଯୋଗ୍ୟ ଛାତ୍ରଛାତ୍ରୀ ୨୪ ତାରିଖ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ ଫି’ ଦାଖଲ ସହ ୨୫ ତାରିଖ ପର୍ଯ୍ୟନ୍ତ ନାମ ଲେଖାଇପାରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।