ଭୁବନେଶ୍ୱର : ଯୁକ୍ତ ୩ (ସ୍ନାତକ) କଲେଜର ପ୍ରଥମ ପର୍ଯ୍ୟାୟ ନାମଲେଖା ଅବଧିକୁ ବୃଦ୍ଧି କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ଅକ୍ଟୋବର ୫ ପର୍ଯ୍ୟନ୍ତ ଅନ୍ଲାଇନ୍ରେ ଫି' ଦାଖଲ କରିପାରିବେ ଏବଂ ୬ ତାରିଖ ପର୍ଯ୍ୟନ୍ତ ନାମଲେଖା ଚାଲିବ। ପୂର୍ବରୁ ଏହି ସମୟସୀମା ଅକ୍ଟୋବର ଦୁଇ ତାରିଖ ଧାର୍ଯ୍ୟ ହୋଇଥିଲା। ଏଥିସହ ନାମଲେଖାର ଅନ୍ୟାନ୍ୟ ସୂଚୀରେ ବି ପରିବର୍ତ୍ତନ ହୋଇଛି। ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ତଥ୍ୟ ୭ ତାରିଖ ଅପରାହ୍ଣ ୫ଟାରେ ଇ-ସ୍ପେସ୍ରେ ଉପଲବ୍ଧ ହେବ। ୭ ତାରିଖ ପୂର୍ବାହ୍ନ ୧୧ଟା ୪୫ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ଲାଗି ସ୍ଲାଇଡ୍-ଅପ୍ ଫର୍ମ ଉପଲବ୍ଧ ରହିବ। ୧୩ ତାରିଖ ପୂର୍ବାହ୍ନ ୧୧ଟାରେ ଦ୍ବିତୀୟ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ। ଏଥିରେ ଯୋଗ୍ୟବିବେଚିତ ଛାତ୍ରଛାତ୍ରୀ ୧୩ରୁ ୧୬ ତାରିଖ ମଧ୍ୟରେ ଅନ୍ଲାଇନ୍ରେ ଫି' ଦାଖଲ କରିପାରିବେ ଏବଂ ୧୩ରୁ ୧୭ ତାରିଖ ପର୍ଯ୍ୟନ୍ତ ନାମଲେଖା ହେବ। ୧୯ ତାରିଖ ଅପରାହ୍ଣ ୫ଟାରେ ଦ୍ବିତୀୟ ପର୍ଯ୍ୟାୟ ଚୂଡ଼ାନ୍ତ ଡାଟା ଇ-ସ୍ପେସ୍ରେ ଉପଲବ୍ଧ କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୫୮ ହଜାର ୫୪୦ ଜଣଙ୍କୁ ଚୟନ କରାଯାଇଥିବା ବେଳେ ତିନି ଦିନ ମଧ୍ୟରେ ମାତ୍ର ୬୧ ହଜାର ୨୨୭ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ୨ ଲକ୍ଷ ୪୯ ହଜାର ୭୯୦ ସିଟ୍ ମଧ୍ୟରୁ ଆହୁରି ୧ ଲକ୍ଷ ୮୮ ହଜାର ୫୬୩ଟି ସିଟ୍ ଖାଲି ରହିଛି।
ପ୍ଲସ ୩ ନାମଲେଖା ଅବଧି ବଢ଼ିଲା : ୬ ତାରିଖ ପର୍ଯ୍ୟନ୍ତ ଚାଲିବ ନାମଲେଖା, ୧୩ରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା
/sambad/media/post_attachments/wp-content/uploads/2020/09/admission.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)