ଭୁବନେଶ୍ବର: ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ଯୁକ୍ତ ୩ରେ ନାମ ଲେଖା ପାଇଁ ପ୍ରଥମ ପର୍ଯ୍ୟାୟ କଟ୍ଅଫ୍ ମାର୍କ ପ୍ରକାଶିତ ହୋଇଛି। କଳା, ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା ବିଶ୍ବବିଦ୍ୟାଳୟ କଟ୍ଅଫ୍ ଆଗରେ ରହିଛି।
କଳାରେ ରେଭେନ୍ସା ବିଶ୍ବବିଦ୍ୟାଳୟର କଟ୍-ଅଫ୍ ୮୯.୬୭% (ଭୂଗୋଳ), ବାଣିଜ୍ୟରେ ରେଭେନ୍ସା କଟ୍-ଅଫ୍ ୮୮.୬୦ ପ୍ରତିଶତ ଥିବା ବେଳେ ବିଜ୍ଞାନରେ ରେଭେନ୍ସା କଟ୍ଅଫ୍ ୯୧.୧୭ ପ୍ରତିଶତ ରହିଛି। ରେଭେନ୍ସାର ପଦାର୍ଥ ବିଜ୍ଞାନ କଟ୍-ଅଫ୍ ୯୧.୧୭ ପ୍ରତିଶତ ଓ ପ୍ରାଣୀ ବିଜ୍ଞାନ ୯୩.୨୦% ରହିଛି। ଇଣ୍ଟିଗ୍ରେଟେଡ ଲ’ରେ ମଧୁସୂଦନ ଆଇନ୍ ବିଶ୍ବବିଦ୍ୟାଳୟ କଟ୍-ଅଫ୍ ୮୧ ପ୍ରତିଶତ ରହିଛି। ମନୋନୀତ ଛାତ୍ରଛାତ୍ରୀ ଆସନ୍ତା ୨୬ରୁ ୨୯ ମଧ୍ୟରେ ରିପୋର୍ଟ କରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/f2dbeee4-6fae-4504-8bd9-b9121a2c6b14.jpeg)