ଯୁକ୍ତ୩ ଦ୍ବିତୀୟ ପର୍ଯ୍ୟାୟ ମେଧା‌ ତାଲିକା ପ୍ରକାଶ

ଭୁବନେଶ୍ବର : ଯୁକ୍ତ ୩/ସ୍ବୟ˚ଶାସିତ କଲେଜ, ସେଲ୍ଫ ଫାଇନାନ୍ସି˚(ଡିଗ୍ରି) କଲେଜ/ସ˚ସ୍କୃତ(ଶସ୍ତ୍ରୀ) କଲେଜରେ ପ୍ରଥମ ପର୍ଯ୍ୟାୟରେ ୧ଲକ୍ଷ ୫୫ ହଜାର ୭୭୬ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ବାକି ସିଟ୍‌ଗୁଡ଼ିକରେ ନାମଲେଖା ପାଇଁ ଆଜି ଦ୍ବିତୀୟ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କ ତଥା ମେଧା ତାଲିକା ପ୍ରକାଶ ପାଇଛି। ଏହି ପର୍ଯ୍ୟାୟରେ ମୋଟ ୨୨ହଜାର ୨୦୭ଜଣ ଛାତ୍ରଛାତ୍ରୀ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି। କଳା ବିଭାଗରେ ୧୨ହଜାର ୫୪୫ଜଣ ମନୋନୀତ ହୋଇଥିବା ବେଳେ ସେଲ୍ଫ ଫାଇନାନ୍ସିଂରେ ୪୪୪, ବାଣିଜ୍ୟରେ ୧୪୧୨, ସଂସ୍କୃତରେ ୭୭, ଫିଜିକାଲ ସାଇନ୍ସରେ ୪ ହଜାର ୧୫୨ ଓ ବା‌ଇଓଲୋଜି ବିଭାଗରେ ୩ ହଜାର ୫୭୭ଜଣ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି। ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ଅଗଷ୍ଟ ୬ରୁ ୧୧ ମଧ୍ୟରେ ହେବ। ବଳକା ସିଟ୍‌ ଲାଗି ଅଗଷ୍ଟ ୧୪ରେ ସ୍ପଟ୍‌ ସିଲେକ୍ସନ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବା ସହ ଅଗଷ୍ଟ ୧୭ରେ ନାମଲେଖା ହେବ। ଅଗଷ୍ଟ ୮ରୁ ଯୁକ୍ତ୩ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ। ଅଗଷ୍ଟ ୨୪ରୁ ଡ୍ରେସ୍‌କୋଡ୍‌ ଲାଗୁ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

ଦ୍ବିତୀୟ ପର୍ଯ୍ୟାୟରେ ବି ଭୁବନେଶ୍ବରସ୍ଥିତ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ ଆଗରେ ରହିଛି। ମହାବିଦ୍ୟାଳୟର କଳା ବିଭାଗର ଇଂରାଜୀ ବିଷୟର କଟ୍‌ ଅଫ୍‌ ମାର୍କ ୭୮.୧୭ ପ୍ରତିଶତ ରହିଥିବା ବେଳେ ରାଜନୀତି ବିଜ୍ଞାନରେ ୭୬.୮୩, ଅର୍ଥନୀତିରେ ୭୬.୬, ଭୂଗୋଳରେ ୭୫.୮୩, ଶିକ୍ଷାରେ ୭୫.୬୭, ସାମାଜିକ ବିଜ୍ଞାନରେ ୭୫.୩୩, ନୃତତ୍ତ୍ବ ବିଜ୍ଞାନରେ ୭୩.୩୩ ଓ ମନସ୍ତତ୍ବ ବିଜ୍ଞାନରେ କଟ୍‌ ଅଫ୍‌ ମାର୍କ ୭୨.୩୩% ରହିଛି। ବଲାଙ୍ଗିରସ୍ଥିତ ରାଜେନ୍ଦ୍ର ସ୍ବୟଂଶାସିତ କଲେଜର ଓଡ଼ିଆରେ କଟ୍‌ ଅଫ୍‌ ମାର୍କ ୭୭.୩୩% ରହିଥିବା ବେଳେ ହିନ୍ଦୀରେ ୭୫.୮୩% ରହିଛି। ଅନ୍ୟପକ୍ଷରେ ବିଜ୍ଞାନ ବିଭାଗର ଫିଜିକାଲ ସାଇନ୍ସରେ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର ଗଣିତ ବିଷୟରେ ୯୧.୨, ପଦାର୍ଥ ବିଜ୍ଞାନରେ ୮୭.୬୭, ରସାୟନ ବିଜ୍ଞାନରେ ୮୫.୬, ପରିସଂଖ୍ୟାନରେ ୭୮.୬, ଭୂତତ୍ତ୍ବ ବିଜ୍ଞାନରେ ଫକୀର ମୋହନ ସ୍ବୟଂଶାସିତ କଲେଜର କଟ୍‌ ଅଫ୍‌ ମାର୍କ ୮୧.୩୩, କମ୍ପ୍ୟୁଟର ସାଇନ୍ସ ବିଷୟରେ ଭୁବନେଶ୍ବରସ୍ଥିତ ମେରିଡିଆନ୍‌ କ‌ଲେଜର କଟ୍‌ ଅଫ୍‌ ମାର୍କ ୬୫, ପ୍ରାଣନାଥ ସ୍ବୟଂଶାସିତ କଲେଜର ଇଲେକ୍‌ଟ୍ରୋନିକ୍ସରେ ୫୬.୬୭, ଭୂଗୋଳରେ ୫୩, ଆଇଟି ବିଷୟରେ ରାୟଗଡ଼ା ସ୍ବୟଂଶାସିତ କଲେଜର କଟ୍‌ ଅଫ୍‌ ମାର୍କ ୫୦.୩୩ ରହିଥିବା ବେଳେ ସାଧାରଣ ବିଷୟରେ ପାଟେଶ୍ବର ମହାବିଦ୍ୟାଳୟର କଟ୍‌ ଅଫ୍‌ ମାର୍କ ୪୯.୧୭ ପ୍ରତିଶତ ରହିଛି।

ବାଇଓଲୋଜି ବିଜ୍ଞାନ ବିଭାଗରେ ବିଜେବି କଲେଜର ପ୍ରାଣୀ ବିଜ୍ଞାନରେ ୮୬.୫% ରହିଥିବା ବେଳେ ଉଦ୍ଭିଦ ବିଜ୍ଞାନରେ ୮୩.୨ ପ୍ରତିଶତ ରହିଛି। ନୃତତ୍ତ୍ବ ବିଜ୍ଞାନରେ ଖଲ୍ଲିକୋଟ୍‌ କଲେଜର କଟ୍‌ ଅଫ୍‌ ମାର୍କ ୫୮.୬୭% ଥିବା ବେଳେ ବାୟୋ‌ ଟେକ୍ନୋଲୋଜି ବିଷୟରେ ଢ଼େଙ୍କାନାଳ ସରକାରୀ ମହିଳା ଡିଗ୍ରି କଲେଜର କଟ୍‌ ଅଫ୍‌ ମାର୍କ ୫୮.୧୭, ମାଇକ୍ରୋବାଇଓଲୋଜିରେ ଉଦଳାସ୍ଥିତ ରୋହି ଦାଶ ସୋରେନ୍‌ ମହାବିଦ୍ୟାଳୟର ୪୧.୧୭ ଓ ସାଧାରଣରେ ବାସୁଦେବପୁରସ୍ଥିତ ମନ୍ଧାରି କଲେଜର କଟ୍‌ ଅଫ୍‌ ମାର୍କ ୪୭ ପ୍ରତିଶତ ରହିଛି। ବାଣିଜ୍ୟ ବିଭାଗରେ ସାଇ ଇଣ୍ଟରନ୍ୟାସନାଲ କଲେଜ ଅଫ୍‌ କମର୍ସ ଆଣ୍ଡ ଇକୋନମିକ୍ସର କଟ୍‌ ଅଫ୍‌ ମାର୍କ ୮୩.୧୭ ଥିବା ବେଳେ ସାଧାରଣ ବିଷୟରେ ଧୀରଜଲାଲ୍‌ କଲେଜର ଅଟ୍‌ ଅଫ୍‌ ମାର୍କ ୪୦.୫ପ୍ରତିଶତ ରହିଛି। ସେଲ୍ଫ ଫାଇନାନ୍ସିଂ ବିଭାଗରେ ବି ବିଜେବି ସ୍ବୟଂଶାସିତ କଲେଜର କଟ୍‌ ଅଫ୍‌ ମାର୍କ ଅଧିକ ରହିଛି।

ସମ୍ବନ୍ଧିତ ଖବର