ଯୁକ୍ତ ୩ ପାଠ୍ୟଖସଡ଼ା ପ୍ରସ୍ତୁତିରେ ବ୍ୟାପକ ବିଭ୍ରାଟ : ନିର୍ଦ୍ଦିଷ୍ଟ ବହିର ପ୍ରସ୍ତାବ ନାହିଁ, ନୂଆ ବହି ସମ୍ପାଦାନ ହେବ

କଟକ : ୨୦୧୯-୨୦ ଶିକ୍ଷାବର୍ଷ ପାଇଁ ପ୍ରକାଶିତ ଯୁକ୍ତ ୩ ଓଡ଼ିଆ (ଇଚ୍ଛାଧୀନ/ସମ୍ମାନ/ବାଧ୍ୟତାମୂଳକ) ପାଠ୍ୟକ୍ରମ ପାଇଁ ପ୍ରସ୍ତୁତ ହୋଇଥିବା ପାଠ୍ୟଖସଡ଼ାରେ ବ୍ୟାପକ ବିଭ୍ରାଟ ହୋଇଛି। ପସନ୍ଦ ଓ ଆସ୍ଥାଭିତ୍ତିକ ନୂତନ ପାଠ୍ୟ ବିନ୍ୟାସ ପଦ୍ଧତିକୁ ଗ୍ରହଣ କରି ଖସଡ଼ା ପ୍ରସ୍ତୁତ କରାଯାଇଥିଲେ ବି ପୁସ୍ତକ ଚୟନ କମିଟି ସଦସ୍ୟ ନିଜ ଲେଖା ବହିକୁ ସ˚ଖ୍ୟାଧିକ ଥର ସହାୟକ ପୁସ୍ତକ ଭାବେ ପାଠ୍ୟକ୍ରମରେ ଦର୍ଶାଇଛନ୍ତି। ଏପରିକି ବହିଗୁଡିକ ବିଜ୍ଞାପନ ଆଧାରରେ ଆସି ନଥିବା ବା ଉପସ୍ଥାପିତ ହୋଇନଥିବା ଜଣାପଡ଼ିଛି। କମିଟିର ସଦସ୍ୟମାନେ ସେସବୁକୁ ପାଠ୍ୟକ୍ରମ ଅନ୍ତର୍ଭୁକ୍ତ କରିବା ଓ ପାଠ୍ୟ ଉପଯୋଗୀ ବିଷୟ ଗୁଡିକର ଅଧ୍ୟୟନ ପାଇଁ ନିର୍ଦ୍ଦେଶ ଥିଲେ ବି, ସେଥିପାଇଁ ସହାୟକ ଗ୍ରନ୍ଥସୂଚୀରେ ‘କୌଣସି ନିର୍ଦ୍ଦିଷ୍ଟ ବହିର ପ୍ରସ୍ତାବ ନାହିଁ, ନୂଆ ବହି ସମ୍ପାଦନା କରିବାକୁ ପଡ଼ିବ’ ବୋଲି ଦର୍ଶାଯାଇଛି। ଅନ୍ୟପକ୍ଷରେ ଚୟନ କମିଟିର ସଦସ୍ୟମାନଙ୍କ ବହି ଛାପିଥିବା ପ୍ରକାଶକଙ୍କ ସ˚ଖ୍ୟାଧିକ ପୁସ୍ତକକୁ ସ୍ଥାନିତ କରିବା ଦ୍ବାରା ଏହା ପାଠ୍ୟପୁସ୍ତକ ଚୟନ ପ୍ରକ୍ରିୟାର ସ୍ବଚ୍ଛତାକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି।

ଏପ୍ରିଲ ମାସରେ ପ୍ରକାଶ ପାଇଥିବା ଏହି ପାଠ୍ୟଖସଡ଼ାରେ ବିଭ୍ରାଟ ଚର୍ଚ୍ଚାକୁ ଆସିବା ପରେ ଏ ବିଷୟରେ ତଥ୍ୟ ସ˚ଗ୍ରହ ପାଇଁ ଶିକ୍ଷାବିତ୍‌ ତଥା ଗବେଷକ ଡକ୍ଟର ନୃସି˚ହ ଷଡ଼ଙ୍ଗୀ ଏପ୍ରିଲ ୪ ତାରିଖରେ ଉଚ୍ଚଶିକ୍ଷା ବିଭାଗକୁ ସୂଚନା ଅଧିକାର ଆଇନ୍‌ ବଳରେ ତଥ୍ୟ ଲୋଡିଥିଲେ। ଏ ସ˚ପର୍କରେ ତଥ୍ୟ ଦେବାକୁ ଜୁଲାଇ ୧୮ ତାରିଖରେ ଉଚ୍ଚଶିକ୍ଷା ପରିଷଦକୁ କୁହାଯାଇଥିଲା। ଯେଉଁଥିରୁ ଉତ୍କଳ ବିଶ୍ବବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଏହି ପୁସ୍ତକ ଚୟନ କମିଟିର ସ˚ଯୋଜକ ଥିବା ଜଣାପଡିଥିଲା। ତେଣୁ ଆବେଦନକାରୀ ପରୀକ୍ଷା ନିୟନ୍ତ୍ରକଙ୍କଠୁ ତଥ୍ୟ ଲୋଡ଼ିଥିଲେ। ତେବେ ଏପ୍ରିଲ ମାସରେ ଜାରି କରାଯାଇଥିବା ୪୬ ପୃଷ୍ଠାର ସିଲାବସ୍‌ର ତ୍ରୁଟିକୁ ନସୁଧାରି ଚଳିତ ମାସରେ େଵବସାଇଟରେ ଅବିକଳ ଭାବେ ସେହି ସିଲାବସ୍‌କୁ ପୁଣିଥରେ ଛଡ଼ାଯାଇଥିଲା।

ଏଥିରେ ସଦସ୍ୟ ଥିବା ଜଣେ ପୂର୍ବତନ ପ୍ରଫେସରଙ୍କ ୪ଖଣ୍ତ ପୁସ୍ତକ ସ୍ଥାନ ପାଇଥିବା ବେଳେ ଅନ୍ୟଜଣେ ଲେଖକଙ୍କ ୫ଖଣ୍ତ ପୁସ୍ତକକୁ ୧୧ଥର ବିଭିନ୍ନ ପୃଷ୍ଠାରେ ସହାୟକ ପୁସ୍ତକ ଭାବେ ସ୍ଥାନ ଦିଆଯାଇଛି। ଅନେକ ବ୍ୟକ୍ତିଙ୍କ ଏକାଧିକ ଗ୍ରନ୍ଥକୁ ବାରମ୍ବାର ସହାୟକ ପୁସ୍ତକ ଭାବେ ପ୍ରାଧାନ୍ୟ ଦିଆଯାଇଥିଲାବେଳେ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ଲେଖକଙ୍କ କୃତିକୁ ଏହି ତାଲିକାରେ ରଖାଯାଇନାହିଁ।

ଏହି ପାଠ୍ୟ ଖସଡ଼ାରେ ବିଭିନ୍ନ ସେମିଷ୍ଟାର ଓ ବିଭିନ୍ନ ଶ୍ରେଣୀ ପାଇଁ ସ୍ଥାନିତ କେତେକ କବିତା, ଗଳ୍ପ, ପ୍ରବନ୍ଧ ଓ ଏକାଙ୍କିକାକୁ ପାଠ୍ୟବିଷୟ ଭାବେ ଗ୍ରହଣ କରାଯାଇଥିଲେ ବି ସିଲାବସ୍‌ରେ ଏଥିପାଇଁ ନିର୍ଦ୍ଦିଷ୍ଟ ପୁସ୍ତକର ନାମ ଲେଖା ନାହିଁ। ଅଥତ ଏଥିପାଇଁ ‘କୌଣସି ନିର୍ଦ୍ଦିଷ୍ଟ ବହିର ପ୍ରସ୍ତାବ ନାହିଁ, ନୂଆବହି ସମ୍ପାଦନ କରିବାକୁ ପଡିବ’ ବୋଲି ଚୟନ କମିଟି ଲେଖିଛି। ଯାହା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳିବା ସହ ସମାନ। ଅଧ୍ୟୟନ ପାଇଁ ବିଷୟକୁ ଉପଲକ୍ଷ୍ୟ କଲାବେଳେ ଏଥିପାଇଁ ପୁସ୍ତକର ବନ୍ଦୋବସ୍ତ ନକରିବା କେଉଁ ଆବଶ୍ୟକତାକୁ ପୂରଣ କରୁଛି ତାହା ବୁଝାପଡୁନାହିଁ।

ସମ୍ବନ୍ଧିତ ଖବର