ପ୍ରକାଶ ପାଇଲା ଯୁକ୍ତଦୁଇ ପାଠ୍ୟକ୍ରମରେ ଭର୍ତ୍ତି ପାଇଁ ଦ୍ୱିତୀୟ ପର୍ଯ୍ୟାୟ କଟ୍ ଅଫ୍ ତାଲିକା

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଆଜି ରାଜ୍ୟର ବିଭିନ୍ନ ଜୁନିଅର କଲେଜଗୁଡ଼ିକର ବିଭିନ୍ନ ବିଭାଗର ଯୁକ୍ତଦୁଇ ପାଠ୍ୟକ୍ରମରେ ଭର୍ତ୍ତି ପାଇଁ ଦ୍ୱିତୀୟ ପର୍ଯ୍ୟାୟ କଟ୍ ଅଫ୍ ତାଲିକା ପ୍ରକାଶ କରିଛି।

ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପାଞ୍ଚଟି ଭିନ୍ନ ପାଠ୍ୟକ୍ରମରେ ଭର୍ତ୍ତି ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୩୫,୫୯୧ ପ୍ରାର୍ଥୀ ଚୟନ କରାଯାଇଛି। ଓଡ଼ିଶାରେ କଳା ବିଭାଗରେ ନାମଲେଖା ପାଇଁ ୨୮,୧୮୧ ଛାତ୍ରଛାତ୍ରୀ, ବାଣିଜ୍ୟରେ୨,୦୬୪, ବିଜ୍ଞାନରେ ୪,୬୦୬, ସଂସ୍କୃତରେ ୩୬୯ ଏବଂ ଭୋକେସନାଲ୍ ପାଠ୍ୟକ୍ରମ ପାଇଁ ୩୭୧ ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି। ବିଜ୍ଞାନ, କଳା ଏବଂ ବାଣିଜ୍ୟ ବିଭାଗରେ ଆବେଦନ କରିଥିବା ଛାତ୍ରଛାତ୍ରୀମାନେ ଷ୍ଟୁଡେଣ୍ଟ ଏକାଡେମିକ୍ ମ୍ୟାନେଜମେଣ୍ଟ ସିଷ୍ଟମ (ଏସଏଏମଏସ) ୱେବସାଇଟ୍  https://samsodisha.gov.in/Juniorweb.aspxରେକୁ ଯାଇ ଦେଖି ପାରିବେ । ନିମ୍ନରେ ଯୁକ୍ତ ୨ କଳା, ବିଜ୍ଞାନ ଓ ବାଣିଜ୍ୟର କଟ୍-ଅଫ୍ ମାର୍କ ତାଲିକା ପ୍ରଦାନ କରାଗଲା।

 

ସମ୍ବନ୍ଧିତ ଖବର