ଯୁକ୍ତ ଦୁଇ ଅନଲାଇନ ନାମଲେଖାରେ ବିଭ୍ରାଟ : ସର୍ଭର ଫେଲ୍‌, ହେଲପ୍‌ ଲାଇନ୍‌ ଅଚଳ

ପ୍ରଥମ ଦିନରେ ଆବେଦନ ୧୧ ହଜାର, ପଂଜୀକୃତ ୩ ହଜାର

କଟକ : ଚଳିତ ବର୍ଷ ଯୁକ୍ତ ଦୁଇ ପାଠ୍ୟକ୍ରମରେ ନାମଲେଖା ପାଇଁ ଗତ ଜୁନ ଦୁଇ ତାରିଖରୁ ଅନଲାଇନ ଆବେଦନ ଆରମ୍ଭ ହୋଇଛି । କିନ୍ତୁ ନାମଲେଖା ପ୍ରକ୍ରିୟାକୁ ଚାରି ଦିନ ନପୂରୁଣୁ ‘ସାମ୍‌ସ’ େଓ୍ଵବସାଇଟ୍‌ରେ ବୈଷୟିକ ତ୍ରୁଟି ଦେଖାଦେଇଛି। ସର୍ଭର୍‌ ଅଚଳ ଓ ହେଲ୍‌ପ ଲାଇନ୍‌ ନମ୍ବର କାମ କରୁନଥିବାରୁ ଆବେଦନ କରିବାରେ ସମସ୍ୟା ଉପୁଜିଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି। ପ୍ରଥମ ଦିନରେ ସାରା ରାଜ୍ୟରେ ୧୧ହଜାର ଛାତ୍ରଛାତ୍ରୀ ନାମଲେଖା ପାଇଁ ଆବେଦନ କରିଥିବା ବେଳେ ସେଥିମଧ୍ୟରୁ ମାତ୍ର ୩ହଜାର ପଂଜୀକୃତ ହୋଇଥିବା ଜଣାପଡ଼ିଛି।

ସରକାରୀ ବିଜ୍ଞପ୍ତି ଅନୁଯାୟୀ, ଜୁନ ପହିଲାରୁ ୧୨ ତାରିଖ ମଧ୍ୟରେ ଛାତ୍ରଛାତ୍ରୀମାନେ ଯୁକ୍ତ ଦୁଇ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ କରିପାରିବେ । ଆସନ୍ତା ୧୮ ତାରିଖ ସୁଦ୍ଧା ଛାତ୍ରଛାତ୍ରୀମାନେ ସାମସ୍‌ ସେଣ୍ଟରରେ ନିର୍ଧାରିତ ଫି’ ଦେଇ ଆବଶ୍ୟକୀୟ କାଗଜପତ୍ର ଦାଖଲ କରିପାରିବେ। ଜୁନ ୨୩ ତାରିଖରେ ପ୍ରଥମ ପର୍ଯ୍ୟାୟ କଟ ଅଫ ମାର୍କ ତାଲିକା ପ୍ରକାଶ ପାଇବ। ଏହାପରେ ଜୁନ ୨୫ରୁ ୨୮ ତାରିଖ ମଧ୍ୟରେ ଛାତ୍ରଛାତ୍ରୀମାନେ ନାମ ଲେଖାଇ ପାରିବେ। ସେହିପରି ଜୁଲାଇ ୩ ରେ ଦ୍ୱିତୀୟ ପର୍ଯ୍ୟାୟ କଟ ଅଫ ମାର୍କ ତାଲିକା ପ୍ରକାଶ ପାଉଥିବା ବେଳେ ଜୁଲାଇ ୪ ରୁ ୬ ତାରିଖ ମଧ୍ୟରେ ଛାତ୍ରଛାତ୍ରୀମାନେ ନାମ ଲେଖାଇପାରିବେ। ଅବଶିଷ୍ଟ ସିଟ୍‌ ପାଇଁ ଜୁଲାଇ ୧୧ ତାରିଖରେ ନାମଲେଖା ହେବା ସହ ଏହି ପ୍ରକ୍ରିୟା ଶେଷ ହେବ। କିନ୍ତୁ ନାମଲେଖା ପ୍ରକ୍ରିୟାକୁ ଚାରି ଦିନ ପୂରିଥିବା ବେଳେ ବୈଷୟିକ ତ୍ରୁଟି ଯୋଗୁ ଆବେଦନ ବାଧାପ୍ରାପ୍ତ ହୋଇଥିବା ଜଣାପଡିଛି। ନିୟମ ଅନୁଯାୟୀ, ଚଳିତବର୍ଷ ଯୁକ୍ତ ପାଠ୍ୟକ୍ରମରେ ନାମଲେଖା ପାଇଁ ଛାତ୍ରଛାତ୍ରୀମାନେ ପ୍ରଥମେ ନିଜସ୍ୱ ଏକ ଇ-ମେଲ୍‌ ଆଇଡି ଖୋଲିବେ। ଏଥିପାଇଁ ସେମାନଙ୍କୁ ମୋବାଇଲ ନମ୍ବର ଦେବାକୁ ପଡ଼ିବ। ଇ-ମେଲ ଖୋଲିବା ପରେ ମୋବାଇଲ ଜରିଆରେ ଏକ ପାସଓ୍ଵାର୍ଡ ମିଳିବ। ଏହା ପରେ ନାମ ପଞ୍ଜୀକରଣ ପାଇଁ ଛାତ୍ରଛାତ୍ରୀମାନେ ଷ୍ଟୁଡେଣ୍ଟ ଏକାଡେମିକ୍‌ ମ୍ୟାନେଜମେଣ୍ଟ ସିଷ୍ଟମ ବା ‘ସାମସ’ ଓ୍ଵବସାଇଟକୁ ଯାଇ ନିଜ ପସନ୍ଦ ମୁତାବକ କଲେଜ ପାଇଁ ଆବେଦନ କରିପାରିବେ। ଗତଥର ପରି ଏଥର ମଧ୍ୟ ୧୦ଟି ମନପସନ୍ଦ କଲେଜ ପାଇଁ ଅପସନ୍‌ ଦେଇପାରିବେ।

ପଞ୍ଜୀକରଣ ଫି’ ବାବଦକୁ ସାଧାରଣବର୍ଗ ଛାତ୍ରଛାତ୍ରୀଙ୍କୁ ୩୦୦ ଟଙ୍କା ଏବଂ ଅନୁସୂଚିତ ଜାତି, ଜନଜାତି ପ୍ରାର୍ଥୀଙ୍କୁ ୨୦୦ ଟଙ୍କା ଜମା କରିବାକୁ ପଡିବ। ତେବେ ନାମଲେଖା ଆରମ୍ଭରୁ ସାମ୍‌ସ େଓ୍ଵବସାଇଟରେ ତ୍ରୁଟି ଯୋଗୁ ଆବେଦନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି। ଇ-ମେଲ ଆଇଡି ଖୋଲିବା ପରେ ସାମସ େଓ୍ଵବସାଇଟ ଠିକ ଭାବେ ଖୋଲୁନାହିଁ । ଦିନରେ ମାତ୍ର କେଇ ମିନିଟ ଚାଲୁ ରହିବା ପରେ େଓ୍ଵବସାଇଟ ଆଉ ଖୋଲୁନାହିଁ। ଫଳରେ ଇ-ମେଲ ଖୋଲି ମଧ୍ୟ ଛାତ୍ରଛାତ୍ରୀମାନେ ନାମ ପଞ୍ଜୀକରଣ କରିପାରୁନାହନ୍ତି। ଏପରିକି ଉଚ୍ଚ ଶିକ୍ଷା କର୍ତ୍ତୃପକ୍ଷ ଜାରି କରିଥିବା ହେଲ୍‌ପ ଲାଇନ ନମ୍ବର ୧୫୫୩୩୫/୧୮୦୦୩୪୫୬୭୭୦ ମଧ୍ୟ କାମ କରୁନାହିଁ। େଓ୍ଵବସାଇଟରେ ମରାମତି ଚାଲିଥିବା ଲେଖା ଆସୁଥିବା କିଛି ଅଭିଭାବକ ଅଭିଯୋଗ କରିଛନ୍ତି । ସେହିପରି ଡେବିଟ କାର୍ଡ ମାଧ୍ୟମରେ ଫି’ ଜମା ପାଇଁ ନିର୍ଦ୍ଦେଶ ରହିଥିଲେ ମଧ୍ୟ ସେଥିରୁ ପ୍ରିଣ୍ଟ ଆଉଟ ବାହାରୁ ନ ଥିବା ଅଭିଯୋଗ ହୋଇଛି। ଏହି କାରଣ ଯୋଗୁ ପ୍ରଥମ ଦିନରେ ୧୧ ହଜାର ଆବେଦନ ହୋଇଥିଲେ ମଧ୍ୟ ସେଥିମଧ୍ୟରୁ ମାତ୍ର ତିନିହଜାର ପଞ୍ଜୀକରଣ ହୋଇଥିବା ଜଣାପଡିଛି। ଏଥିମଧ୍ୟରୁ ମାତ୍ର ୧୨ଟି ଆବେଦନପତ୍ର ସାମସ ସେଣ୍ଟରରେ ଜମା ହୋଇଛି। କଟକରେ ତିନୋଟି ସାମ୍‌ସ ସେଣ୍ଟର ଯଥା ରେଭେନସା, ଶୈଳବାଳା, ଜେକେବିକେରେ ଏପରି ଅବସ୍ଥା ଯୋଗୁ ଛାତ୍ରଛାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏ ନେଇ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହୋଇଛି।

ଉଲ୍ଲେଖଯୋଗ୍ୟ, ୨୦୧୩ରୁ ଅନଲାଇନ ମାଧ୍ୟମରେ ନାମ ଲେଖା ଆରମ୍ଭ ହୋଇଛି । ଗତବର୍ଷ ସାମସ ଜରିଆରେ କେବଳ ଯୁକ୍ତ ଦୁଇ ପାଠ୍ୟକ୍ରମରେ ନାମଲେଖା ହେଉଥିବାବେଳେ ଚଳିତବର୍ଷ ଆଇଟିଆଇ, ଡିପ୍ଲୋମା, ସ୍ନାତକ, ଡିଗ୍ରୀ ଆଦି ପାଠ୍ୟକ୍ରମରେ ନାମଲେଖା ସାମସ ଜରିଆରେ ହେବ ବୋଲି ସରକାର ଘୋଷଣା କରିଛନ୍ତି। ତେବେ ସଫ୍ଟେଓ୍ଵୟାର ଡେଭଲପ୍‌ ନକରି ଏତେ ଗୁଡ଼ିଏ ପାଠ୍ୟକ୍ରମକୁ ଏଥିରେ ସାମିଲ କରିଥିବାରୁ ଏପରି ଅବସ୍ଥା ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି ।

ସମ୍ବନ୍ଧିତ ଖବର