ଭୁବନେଶ୍ୱର : ଯୁକ୍ତ୩/ସ୍ୱୟଂଶାସିତ କଲେଜ, ସେଲ୍ଫ ଫାଇନାନ୍ସିଂ(ଡିଗ୍ର୍ରି) କଲେଜ/ସଂସ୍କୃତ(ଶସ୍ତ୍ରୀ) କଲେଜରେ ନାମଲେଖା ଲାଗି ମଙ୍ଗଳବାରରୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ। ଉଭୟ ଅନ୍ଲାଇନ୍ ଓ ଅଫ୍ଲାଇନ୍ରେ କମନ୍ ଆପ୍ଲିକେସନ୍ ଫର୍ମ (ସିଏଏଫ୍) ଉପଲବ୍ଧ ହେବ। ଅନ୍ଲାଇନ୍ରେ ଆବେଦନ ପାଇଁ ସକାଳ ୬ଟାଠାରୁ ‘www.dheodisha.gov.in/www.samsodisha.gov.in’ରେ ଫର୍ମ ଉପଲବ୍ଧ ହେବ। ଅଫ୍ଲାଇନ୍ ପାଇଁ ପୂର୍ବାହ୍ନ ୧୦ଟା ପରେ ନିକଟସ୍ଥ ସାମ୍ସ୍ ରିସୋସ୍ ସେଣ୍ଟର୍(ଏସ୍ଆରସି)ରେ ଫର୍ମ ଉପଲବ୍ଧ କରାଯିବ। ଜୁନ୍ ୨୬ ଆବେଦନର ଶେଷ ତାରିଖ ରଖାଯାଇଛି। ଜୁନ୍ ୨୭ ତାରିଖ ଅପରାହ୍ଣ ୫ଟା ସୁଦ୍ଧା ଆଶାୟୀ ଛାତ୍ରଛାତ୍ରୀ ସମସ୍ତ ଡକ୍ୟୁମେଣ୍ଟ ଓ ଫି’ ଦାଖଲ କରିବେ।
ଜୁଲାଇ ୩ରେ ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ପ୍ରକାଶ କରାଯିବ। ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ଜୁଲାଇ ୪ରୁ ୭ ତାରିଖ ଅପରାହ୍ଣ ୫ଟା ଯାଏ ହେବ। ଜୁଲାଇ ୧୧ରେ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ପ୍ରକାଶ କରାଯିବା ସହ ୧୨ ଓ ୧୩ ତାରିଖରେ ନାମଲେଖା ହେବ। ଜୁଲାଇ ୧୬ଠାରୁ ଯୁକ୍ତ୩ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ। ବଳକା ସିଟ୍ ପାଇଁ କଲେଜସ୍ତରରେ ଅଫ୍ଲାଇନ୍ ସିଏଏଫ୍ ଦାଖଲ କରିହେବ। ଏଥିପାଇଁ ଜୁଲାଇ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ସମୟ ସୀମା ଧାର୍ଯ୍ୟ ହୋଇଛି। ଅଫ୍ଲାଇନ୍ରେ ଯୋଗ୍ୟ ବିବେଚିତ ଆବେଦନକାରୀଙ୍କ ମେରିଟ୍ ଲିଷ୍ଟ ଜୁଲାଇ ୧୯ରେ ବାହାରିବ। ୨୧ ତାରିଖ ସୁଦ୍ଧା ଡିଗ୍ର୍ରି କଲେଜରେ ନାମଲେଖା ପ୍ରକ୍ରିୟା ଶେଷ ହେବ। ସିଏଏଫ୍ ଦାଖଲ କରିବା ପୂର୍ବରୁ ଛାତ୍ରଛାତ୍ରୀ କମନ୍ ପ୍ରସ୍ପେକ୍ଟସ୍କୁ ଭଲ ଭାବେ ପଢ଼ିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/06/add.jpg)