ଭୁବନେଶ୍ବର : ଯୁକ୍ତ୩ ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୧ ଲକ୍ଷ ୬୮ ହଜାର ୫୩୭ ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ ହୋଇଥିଲେ। କଳାରେ ୧ ଲକ୍ଷ ୨ ହଜାର ୨୯୨, ଫିଜିକାଲ ସାଇନ୍ସରେ ୨୫ ହଜାର ୩୫୦, ବାୟୋଲୋଜିକାଲ ସାଇନ୍ସରେ ୧୮ ହଜାର ୩୩୮, ବାଣିଜ୍ୟରେ ୧୭ ହଜାର ୬୩୪, ସଂସ୍କୃତରେ ୩ ହଜାର ୭୮୮ ଓ ସେଲ୍ଫ ଫାଇନାନ୍ସିଂରେ ୧୧୩୫ ଜଣ ମେଧା ତାଲିକାରେ ରହିଥିଲେ। ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୩୧ ହଜାର ୧୮୪ ଜଣ ନାମ ଲେଖାଇଛନ୍ତି। କଳାରେ ୮୧ ହଜାର ୩୬୯, ଫିଜିକାଲ ସାଇନ୍ସରେ ୧୮ ହଜାର ୬୦୬, ବାୟୋଲୋଜିକାଲ ସାଇନ୍ସରେ ୧୩ ହଜାର ୧୭୭, ବାଣିଜ୍ୟରେ ୧୪ ହଜାର ୧୬୨, ସଂସ୍କୃତରେ ୩୨୦୦ ଓ ସେଲ୍ଫ ଫାଇନାନ୍ସିଂରେ ୬୭୦ ଜଣ ୧୦୨୫ଟି କଲେଜରେ ନାମ ଲେଖାଇଛନ୍ତି। ଆହୁରି ୩୭ ହଜାର ୩୫୩ ଜଣ ଏପର୍ଯ୍ୟନ୍ତ ନାମ ଲେଖାଇ ନାହାନ୍ତି।
ଆସନ୍ତା ୨୩ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ। ୨୩ ତାରିଖ ପୂର୍ବାହ୍ନ ୧୧ରେ ତାଲିକା ପ୍ରକାଶ ପରେ ୨୭ ତାରିଖ ଯାଏ ନାମଲେଖା ଫି’ ଦାଖଲ କରିହେବ। ଏହି ପର୍ଯ୍ୟାୟରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ୨୪ରୁ ୨୮ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ୨୪ରୁ ୨୯ ତାରିଖ ପର୍ଯ୍ୟନ୍ତ କଲେଜ କର୍ତ୍ତୃପକ୍ଷ ନାମଲେଖା ସମ୍ବନ୍ଧୀୟ ସମସ୍ତ ତଥ୍ୟ ଇ-ସ୍ପେସ୍ରେ ଦାଖଲ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/admission-plus-two-BK.jpg)