ଯୁକ୍ତ୩ ନାମଲେଖା ଶେଷ: ୫୮ ହଜାର ସିଟ୍‌ ଖାଲି

କଲେଜ ପରିବର୍ତନ କରିପାରିବେ +୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀ

ଭୁବନେଶ୍ବର : ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ଯୁକ୍ତ୩ ଡିଗ୍ରି କଲେଜର ସ୍ନାତକ ପ୍ରଥମ ବର୍ଷରେ ନାମଲେଖା ଶେଷ ହୋଇଛି। ତେବେ, ଆହୁରି ୫୮ହଜାର ସିଟ୍‌ ଖାଲିଥିବା ଜଣାପଡ଼ିଛି।

ଯୁକ୍ତ୩ କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତ ଓ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମରେ ୨ ଲକ୍ଷ ୫୦ ହଜାର ୧୩୯ ସିଟ୍‌ ରହିଛି। ବିଭିନ୍ନ ପର୍ଯ୍ୟାୟ ନାମଲେଖାରେ ସେଥିମଧ୍ୟରୁ ୧ ଲକ୍ଷ ୯୧ ହଜାର ୮୦୯ଟି ସିଟ୍‌ ପୂରଣ ହୋଇଛି। ଆହୁରି ପ୍ରାୟ ୫୮ ହଜାର ୩୩୩ ସିଟ୍‌ ଖାଲି ରହିଛି। କଳା ବିଭାଗରେ ସର୍ବାଧିକ ୧୯ ହଜାର ୮୪୦ ସିଟ୍‌ ଖାଲି ପଡ଼ିଥିବା ବେଳେ ଫିଜିକାଲ ସାଇନ୍ସରେ ୧୫ ହଜାର ୨୬୭, ବାୟୋଲୋଜିକାଲ ସାଇନ୍ସରେ ୭୪୭୩, ବାଣିଜ୍ୟରେ ୧୧ ହଜାର ୧୦୯, ସଂସ୍କୃତରେ ୪୧୬୪ ଓ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମରେ ୪୮୦ ସିଟ୍‌ ଖାଲି ରହିଛି। ସମସ୍ତ ଜିଲ୍ଲାରେ ସବୁ ବିଭାଗରେ ସିଟ୍‌ ଖାଲି ରହିଥିବା ଜଣାପଡ଼ିଛି।

କଲେଜ ପରିବର୍ତନ କରିପାରିବେ +୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀ

ଭୁବନେଶ୍ବର : କଲେଜ ପରିବର୍ତନ କରିବାକୁ ଚାହୁଥିବା ଯୁକ୍ତ୨ ପ୍ରଥମ ବର୍ଷ ତଥା ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଲାଗି ଆଉ ଏକ ସୁଯୋଗ ଦିଆଯାଇଛି। ଏହି ପ୍ରକ୍ରିୟା କେବଳ ଅନ୍‌ଲାଇନ୍‌ରେ ଅନୁଷ୍ଠିତ ହେବ। ଆଗ୍ରହୀ ଛାତ୍ରଛାତ୍ରୀ ୨୮ ତାରିଖ ସୁଦ୍ଧା www.samsodisha.gov.in ମାଧ୍ୟମରେ ଆବେଦନ କରିପାରିବେ। ଏଥିପାଇଁ ଗତ ୧୨ ତାରିଖଠାରୁ ଉକ୍ତ ୱେବସାଇଟ୍‌ରେ ଟ୍ରାନ୍ସଫର୍‌ ଆପ୍ଲିକେସନ୍‌ ଫର୍ମ ଉପଲବ୍ଧ ହୋଇଛି। ଯୁକ୍ତ୨ କଲେଜ ତଥା‌ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟସ୍ତରରେ ଆବେଦନପତ୍ରଗୁଡ଼ିକର ଯାଞ୍ଚ ଆସନ୍ତା‌ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ।

ସମ୍ବନ୍ଧିତ ଖବର