ଭୁବନେଶ୍ୱର : ଯୁକ୍ତ୩ କଲେଜରେ ନାମଲେଖା ପାଇଁ ଆଜି ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ପ୍ରକାଶ ପାଇଛି। ଏକାଥରେ କଳା ବିଭାଗର ୨୯ଟି ବିଷୟ ସମେତ ଫିଜିକାଲ ସାଇନ୍ସର ୧୦, ବାୟୋଲୋଜିକାଲ ସାଇନ୍ସର ୮, ବାଣିଜ୍ୟରେ ୩, ଶାସ୍ତ୍ରୀର ୧୦ ଓ ସେଲ୍ଫ ଫାଇନାନ୍ସିଂ ବିଭାଗର ୧୩ଟି ବିଷୟର କଟ୍ ଅଫ୍ ମାର୍କ ବାହାରିଛି। କଳା, ବିଜ୍ଞାନ, ବାଣିଜ୍ୟ ଓ ସେଲ୍ଫ ଫାଇନାନ୍ସିଂ ବିଭାଗରେ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର କଟ୍ ଅଫ୍ ମାର୍କ ସର୍ବାଧିକ ରହିଛି। ୨୨ଟି ବିଷୟରେ ବିଜେବି କଲେଜର କଟ୍ ଅଫ୍ ମାର୍କ ଅନ୍ୟ କଲେଜ ତୁଳନାରେ ବହୁ ଆଗରେ ରହିଥିବା ଆଜି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ତାଲିକାରେ ଦେଖିବାକୁ ମିଳିଛି।
କଳା ବିଭାଗରେ ବିଜେବି କଲେଜର ଭୂଗୋଳ ବିଷୟରେ କଟ୍ ଅଫ୍ ମାର୍କ ୯୨% ଥିବା ବେଳେ ଅର୍ଥନୀତିରେ ୯୦.୫, ଇଂରାଜୀ ୮୯.୨, ମନୋବିଜ୍ଞାନରେ ୮୭.୮, ନୃତତ୍ତ୍ବ ବିଜ୍ଞାନରେ ୮୬.୩୩, ସାମାଜିକ ବିଜ୍ଞାନରେ ୮୪.୧୭, ଗଣିତରେ ୭୭, ଶିକ୍ଷାରେ ୭୬.୮୩, ଇତିହାସରେ ୭୬, ହିନ୍ଦୀରେ ୭୫.୮, ଦର୍ଶନଶାସ୍ତ୍ରରେ ୭୫.୬୭, ସଂସ୍କୃତରେ ୭୫.୬୭, ସଙ୍ଗୀତରେ ୬୬.୬% ରହିଛି। ଏହାବ୍ୟତୀତ ରାଜନୀତି ବିଜ୍ଞାନରେ ନିମାପଡ଼ାସ୍ଥିତ ଆଇଟିଏମ୍ଏସ୍ର କଟ୍ ଅଫ୍ ମାର୍କ ୯୧.୫% ଥିବା ବେଳେ ଓଡ଼ିଆରେ ସମ୍ବଲପୁର ସରକାରୀ ମହିଳା ମହାବିଦ୍ୟାଳୟର ୭୮.୬୭, ସଂସ୍କୃତରେ ପୁରୀ ଏସ୍ସିଏସ୍ କଲେଜର ୭୩.୬୭, ଉର୍ଦୁରେ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ୭୨.୧୭, ଗୃହ ବିଜ୍ଞାନରେ କଳାହାଣ୍ଡି ଜିଲ୍ଲା ଗୋଲମୁଣ୍ଡାସ୍ଥିତ ପଞ୍ଚାୟତ ଡିଗ୍ରି ମହାବିଦ୍ୟାଳୟ ୬୭.୬୭, ଆଇଆରପିଏମ୍ରେ ଗଞ୍ଜାମ ଜିଲ୍ଲା ଚିକିଟି ମହାବିଦ୍ୟାଳୟର ୬୫.୬୭, ଲାଇବ୍ରେରି ସାଇନ୍ସରେ ଶୈଳବାଳା ମହିଳା ମହାବିଦ୍ୟାଳୟର ୫୯.୩୩, ସାଧାରଣ ପ୍ରଶାସନରେ ଭଦ୍ରକର ବିଏନ୍ଏମ୍ଏ କଲେଜର ୫୦.୧୭, ଇଣ୍ଡଷ୍ଟ୍ରିଆଲ୍ ସୋସିଓଲୋଜିରେ କେନ୍ଦ୍ରାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟର ୪୭, ଆର୍କିଓଲୋଜି ଓ ମ୍ୟୁଜେଲୋଜିରେ ନୂଆପଡ଼ାର ଖରିଆର ସ୍ବୟଂଶାସିତ କଲେଜର ୪୨.୮୩, ସାନ୍ତାଳି ଭାଷାରେ ବାରିପଦାସ୍ଥିତ ଏମ୍ପିସି କଲେଜର ୪୧.୬୭, ଜେଏମ୍ସିରେ ଭଞ୍ଜନଗରସ୍ଥିତ କେଏସ୍ୟୁବି କଲେଜର ୩୯.୫, ଓମେନ୍ ଷ୍ଟଡିସ୍ରେ କଟକ ଅଡ଼ଶପୁରସ୍ଥିତ ଉଦୟନାଥ ସ୍ବୟଂଶାସିତ ମହାବିଦ୍ୟାଳୟର ୩୮.୮୩, ଲ'ରେ ଗୋପ କଲେଜର ୩୭.୧୭ ଓ ତେଲଗୁ ବିଷୟରେ ରାୟଗଡ଼ା ସ୍ବୟଂଶାସିତ କଲେଜର ୩୬.୮୩, ସାଧାରଣ ବିଷୟରେ ସୋର ମହିଳା କଲେଜର କଟ୍ ଅଫ୍ ମାର୍କ ୫୦.୧୭% ରହିଛି।
ଫିଜିକାଲ ସାଇନ୍ସ୍ ବିଭାଗରେ ବିଜେବି କଲେଜର ଗଣିତରେ ୯୫.୨, ପଦାର୍ଥ ବିଜ୍ଞାନରେ ୯୫, ରସାୟନ ବିଜ୍ଞାନରେ ୯୪.୬, ଷ୍ଟାଟିଷ୍ଟିକ୍ସରେ ୯୩.୪% କଟ୍ ଅଫ୍ ମାର୍କ ଥିବା ବେଳେ ଭୂତତ୍ତ୍ବ ବିଜ୍ଞାନରେ ଫକୀର ମୋହନ ସ୍ବୟଂଶାସିତ କଲେଜର ୯୦.୪, କମ୍ପ୍ୟୁଟର ସାଇନ୍ସରେ କଟକ ଷ୍ଟୁଆର୍ଟ କଲେଜର ୭୮.୮୩, ପ୍ରାଣନାଥ ସ୍ବୟଂଶାସିତ କଲେଜର ଇଲେକ୍ଟ୍ରୋନିକ୍ସରେ ୬୬.୮୩, ଭୂଗୋଳରେ ୬୫.୪, ଆଇଟିରେ ରାୟଗଡ଼ା ସ୍ବୟଂଶାସିତ କଲେଜ ୫୬.୬୭, ସାଧାରଣରେ ମୟୂରଭଞ୍ଜର ରଜନୀକାନ୍ତ ମହାବିଦ୍ୟାଳୟର କଟ୍ ଅଫ୍ ମାର୍କ ୫୫.୬୭% ରହିଛି।
ବାୟୋଲୋଜିକାଲ ସାଇନ୍ସ ବିଭାଗରେ ବିଜେବି କଲେଜର ପ୍ରାଣୀ ବିଜ୍ଞାନ କଟ୍ ଅଫ୍ ମାର୍କ ୯୫.୫% ଥିବା ବେଳେ ଉଦ୍ଭିଦ ବିଜ୍ଞାନରେ ୯୩.୪, ବାୟୋ-ଟେକ୍ନୋଲୋଜିରେ ବାଙ୍କି ସ୍ବୟଂଶାସିତ କଲେଜର ୬୭.୬୭, ନୃତତ୍ତ୍ବ ବିଜ୍ଞାନରେ ଖଲ୍ଲିକୋଟ ସ୍ବୟଂଶାସିତ କଲେଜର ୬୩.୮୩, ମାଇକ୍ରୋ-ବାୟୋଲୋଜିରେ ମୟୂରଭଞ୍ଜର ରୋହି ଦାଶ ସୋରେନ୍ ମହାବିଦ୍ୟାଳୟର ୫୪.୧୭, ଏନ୍ଭର୍ନମେଣ୍ଟାଲ ପଲ୍ୟୁସନ ଆଣ୍ଡ ଟକ୍ସିକୋଲୋଜିରେ କଟକର ରଘୁନାଥଜୀଉ ମହାବିଦ୍ୟାଳୟର ୪୭.୮୩, ମେରାଇନ୍ ସାଇନ୍ସରେ ଗୋପାଳପୁର କଲେଜର ୪୭.୬୭ ଓ ସାଧାରଣ ବିଷୟରେ କୋରାପୁଟସ୍ଥିତ ଏରୋନେଟିକ୍ସ କଲେଜର କଟ୍ ଅଫ୍ ମାର୍କ ୫୫.୬୭% ରହିଛି।
ବାଣିଜ୍ୟ ବିଭାଗରେ ବିଜେବି କଲେଜର କଟ୍ ଅଫ୍ ମାର୍କ ସର୍ବାଧିକ ୮୮.୬୭% ଥିବା ବେଳେ ଆକାଉଣ୍ଟିଂରେ କୋରାପୁଟସ୍ଥିତ ଏରୋନେଟିକ୍ସ କଲେଜର ୪୮%, ସାଧାରଣରେ ଗାୟତ୍ରୀ ସାଇନ୍ସ କଲେଜର ୬୯.୬% ରହିଛି। ଶାସ୍ତ୍ରୀ ବିଭାଗରେ ସୁନ୍ଦରଗଡ଼ ଜିଲ୍ଲାର ଗୁରୁକୁଳ ସଂସ୍କୃତ ଡିଗ୍ରି କଲେଜର ବେଦ ବିଷୟରେ ସର୍ବାଧିକ କଟ୍ ଅଫ୍ ମାର୍କ ୭୦.୪୩% ରହିଛି। ସେଲ୍ଫ ଫାଇନାନ୍ସିଂ ବିଭାଗରେ ବିଜେବି କଲେଜର ବାୟୋ-ଟେକ୍ନୋଲୋଜିରେ ୯୧.୦୩% ଥିବା ବେଳେ କମ୍ପ୍ୟୁଟର ସାଇନ୍ସରେ ୯୧, ମାଇକ୍ରୋ ବାୟୋଲୋଜିରେ ବେସିକ୍ ସାଇନ୍ସ କଲେଜର କଟ୍ ଅଫ୍ ମାର୍କ ୮୪.୬% ରହିଥିବା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।