ଭୁବନେଶ୍ୱର : ଯୁକ୍ତ୨ କଲେଜ(ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ରେ ନାମଲେଖା ଶେଷ ହୋଇଛି। ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ପରେ ଖାଲି ଥିବା ସିଟ୍ଗୁଡ଼ିକ ପାଇଁ ଗତ ୧୬ ତାରିଖରେ ସ୍ପଟ୍ ନାମଲେଖା ଅନୁଷ୍ଠିତ ହୋଇଥିଲା। ଏଥିରେ ପାଖାପାଖି ୨୦ ହଜାର ସିଟ୍ ପୂରଣ ହୋଇଛି। ମୋଟ ୨୦୩୨ କଲେଜର ୪ ଲକ୍ଷ ୪୦ ହଜାର ୬୧୮ ସିଟ୍ ମଧ୍ୟରୁ ୩ ଲକ୍ଷ ୧୭ ହଜାର ୭୨୩ ସିଟ୍ ପୂରଣ ହୋଇଛି। ଆଉ ୧ ଲକ୍ଷ ୨୨ ହଜାର ୮୯୫ ସିଟ୍ ଖାଲି ରହିଛି।
ବିଜ୍ଞାନ ବିଭାଗରେ ସର୍ବାଧିକ ୬୬ ହଜାର ୨୯୫ ସିଟ୍ ଖାଲି ଥିବା ବେଳେ କଳାରେ ୨୯ ହଜାର ୨୮୯, ବାଣିଜ୍ୟରେ ୧୭ ହଜାର ୯୩୫, ସଂସ୍କୃତରେ ୪୨୭୮ ଓ ଧନ୍ଦାମୂଳକ ଶିକ୍ଷାରେ ୫୦୯୮ ସିଟ୍ ଖାଲି ପଡ଼ିଛି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୨ ହଜାର ୪୪୬, ଖୋର୍ଧା ଜିଲ୍ଲାରେ ୧୦ ହଜାର ୮୩୯, ବାଲେଶ୍ବରରେ ୮୨୩୬, କଟକରେ ୮୦୬୫ ସିଟ୍ ଖାଲି ରହିଥିବା ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/admission-plus-two-BK.jpg)