୧୬ରୁ ଯୁକ୍ତ ୨ ନାମଲେଖା, ୫୫ ହଜାରରୁ ଅଧିକ ସିଟ୍‌ ବୃଦ୍ଧି ପାଇଁ ଆବେଦନ

ଭୁବନେଶ୍ବର : ଯୁକ୍ତ ୨ ନାମଲେଖା ପ୍ରକ୍ରିୟା ଆସନ୍ତା ୧୬ ତାରିଖ ତାରିଖଠାରୁ ଆରମ୍ଭ ହେବ। ଚଳିତ ବର୍ଷ ଯୁକ୍ତ ୨ ପାଇଁ ୫୫ ହଜାରରୁ ଅଧିକ ସିଟ ବୃଦ୍ଧି ପାଇଁ ଆବେଦନ କରାଯାଇଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଏଥିସହିତ ବିଜ୍ଞାନ ପାଠ ପାଇଁ ଭିତ୍ତିଭୂମି ଯାଞ୍ଚ କରାଯାଉଛି। ଏ ସଂକ୍ରାନ୍ତରେ ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇ ବିଭିନ୍ନ ପ୍ରକାର ଆଲୋଚନା ହୋଇଛି।

ଚଳିତ ବର୍ଷ ମାଟ୍ରିକରେ ବିନା ପରୀକ୍ଷାରେ ରେକର୍ଡ ସଂଖ୍ୟକ ବିଦ୍ୟାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଗତବର୍ଷ ତୁଳନାରେ ୫ ଦିନ ଆଗୁଆ ଆବେଦନ ପ୍ରକ୍ରିୟା ଆରମ୍ଭ କରାଯାଉଛି। ଯୁକ୍ତ ୨ ଭିତ୍ତିଭୂମିକୁ ଦୃଷ୍ଟିରେ ରଖି ସେଲ୍ଫ ଫାଇନାନ୍ସିଂ କଲେଜର ଅଧିକ ଯାଞ୍ଚ କରାଯାଉଛି। ପରୀକ୍ଷାଗାର ସୁବିଧାକୁ ନେଇ ଅନୁଧ୍ୟାନ କରାଯାଉଛି। ଆବେଦନ ପୂର୍ବରୁ କେତେ ସିଟ୍‌ ବଢିଲା, ତାହା ସାମ୍‌ ଓ୍ବେବ୍‌ ସାଇଟ୍‌ରେ ଉପଲବ୍ଧ ହେବ। ସିଟ୍‌ ନେଇ କୌଣସି ସମସ୍ୟା ହେବ ନାହିଁ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି। ସେହିପରି ଅଫ୍‌ଲାଇନ୍‌ରେ ମାଟ୍ରିକ ପରୀକ୍ଷା ଦେଇଥିବା ବିଦ୍ୟାର୍ଥୀଙ୍କ ଖାତାଦେଖା ୧୨ ତାରିଖରେ ଆରମ୍ଭ ହେବାକୁ ଯାଉଛି। ସେହି ପିଲାଙ୍କୁ ଯଥେଷ୍ଟ ସୁଯୋଗ ଦିଆଯିବ। ଦଶମ, ଦ୍ବାଦଶ ପାଇଁ ଯେଉଁ ଗାଇଡ୍‌ଲାଇନ୍‌ ରହିଛି, ନବମ ଏବଂ ଦ୍ବାଦଶ ପାଇଁ ମଧ୍ୟ ସମାନ ଗାଇଡ୍‌ଲାଇନ୍‌ ରହିଛି।

ସମ୍ବନ୍ଧିତ ଖବର