ରାଉରକେଲା : ଶେଷ ହୋଇଛି ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମ ଲେଖା। ଜୁଲାଇ ୭ ଆରମ୍ଭ ହୋଇଥିବା ନାମ ଲେଖା ଗତକାଲି ଶେଷ ହୋଇଛି। ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀମାନେ ନିଜ ନିଜ ମନପସନ୍ଦ କଲେଜରେ ନାମ ଲେଖାଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରେ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତ ଓ ଧନ୍ଦାମୂଳକ ଶିକ୍ଷାରେ ମୋଟ ୨୨ ହଜାର ୯୬୨ ସିଟ୍‌ ଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୧୪ ହଜାର ୨୯୪ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ଅବଶିଷ୍ଟ ୮ ହଜାର ୬୬୮ ସିଟ୍‌ ଖାଲି ପଡ଼ିଛି। ଦ୍ବିତୀୟ ପର୍ଯ୍ୟାୟ କଟ୍‌ଅପ୍‌ ମାର୍କ ପ୍ରକାଶ ପାଇବା ପରେ ଖାଲି ପଡ଼ିଥିବା ସିଟ୍‌ ଗୁଡ଼ିକ ପୂରଣ ହେବ।

Advertisment

କଳାରେ ୮,୭୫୨, ବିଜ୍ଞାନରେ ୩,୭୯୬ ଓ ବାଣିଜ୍ୟରେ ୧,୫୯୫
କଳା, ବିଜ୍ଞାନ, ବାଣିଜ୍ୟ ଓ ଅନ୍ୟ ବିଷୟରେ ମୋଟ ସିଟ୍‌ ୨୨,୯୬୨

ସୁନ୍ଦରଗଡ଼ ଜିଲ୍ଲାରେ ମୋଟ ୯୩ଟି ସରକାରୀ ଓ ଘରୋଇ ଯୁକ୍ତ ଦୁଇ କଲେଜ ରହିଛି। କଳାରେ ୧୨ ହଜାର ୪୦୪ ସିଟ୍‌ରୁ ପ୍ରଥମ ପର୍ଯ୍ୟାୟରେ ୮,୭୫୨ ସିଟ୍‌ ପୂରଣ ହୋଇଛି। ବିଜ୍ଞାନରେ ୭ ହଜାର ୨୬ ସିଟ୍‌ରୁ ୩ ହଜାର ୭୯୬, ବାଣିଜ୍ୟରେ ୩ ହଜାର ୨୩୦ ସିଟ୍‌ରୁ ୨୯୪୪ ସିଟ୍‌ ପୂରଣ ହୋଇଛି। ଏଥି ମଧ୍ୟରୁ ରାଉରକେଲା ସହରରେ ମୋଟ ୧୯ଟି କଲେଜ ରହିଛି। କଳାରେ ମୋଟ ୧୫୬୧, ବିଜ୍ଞାନରେ ୧୦୪୮, ବାଣିଜ୍ୟରେ ୮୦୨ ସିଟ୍‌ ପୂରଣ ହୋଇଛି। ଧନ୍ଧାମୂଳକ ଶିକ୍ଷାରେ ସେକ୍ଟର-୧୬ ଇସ୍ପାତ କଲେଜରେ ଜଣେ ମାତ୍ର ଛାତ୍ର ନାମ ଲେଖାଇଛନ୍ତି। ସେକ୍ଟର-୨ ସୁଶୀଳାବତୀ ମହିଳା କଲେଜରେ କଳାରେ ସର୍ବାଧିକ ୩୨୨ ଛାତ୍ରୀ ନାମ ଲେଖାଇଛନ୍ତି। ଦ୍ବିତୀୟ ସ୍ଥାନରେ ରହିଛ ସେକ୍ଟର-୪ ସରକାରୀ କଲେଜ। ପ୍ରଥମ ପର୍ଯ୍ୟାୟରେ ମୋଟ ୨୭୫ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ବିଜ୍ଞାନରେ ପାନପୋଷସ୍ଥ ସରକାରୀ କଲେଜରେ ବିଜ୍ଞାନରେ ସର୍ବାଧିକ ୨୧୫ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ସୁନ୍ଦରଗଡ଼ ସହରରେ ୫ଟି କଲେଜରେ କଳାରେ ୪୪୦, ବିଜ୍ଞାନରେ ୬୨୪ ଓ ବାଣିଜ୍ୟରେ ୧୦୪ ସିଟ୍‌ ପୂରଣ ହୋଇଛି। ରାଜଗାଙ୍ଗପୁରରେ ଦୁଇଟି କଲେଜରେ କଳାରେ ୩୩୦, ବିଜ୍ଞାନରେ ୧୩୪, ବାଣିଜ୍ୟରେ ୬୪ ସିଟ୍‌ ପୂରଣ ହୋଇଛି। ସେମିତି ବୀରମିତ୍ରପୁର ପୌରପାଳିକାରେ ୨ଟି କଲେଜରେ କଳାରେ ୧୮୮, ବିଜ୍ଞାନରେ ୩୬ ଓ ବାଣିଜ୍ୟରେ ୪୭ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି।

publive-image