ବାହାରିଲା ଯୁକ୍ତ ୨ କଳା ଓ ବାଣିଜ୍ୟ ପରୀକ୍ଷା ଫଳ

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ ୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ପରୀକ୍ଷା ଫଳ ଆଜି(ଶୁକ୍ରବାର) ଅପରାହ୍ନ ୩.୩୦ରେ ପ୍ରକାଶ ପାଇଛି। ଭୁବନେଶ୍ୱର ଜୟଦେବ ଭବନ ପରିସରରେ ଥିବା ଗୀତଗୋବିନ୍ଦ ସଦନରେ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ ପରୀକ୍ଷା ଫଳ ପୁସ୍ତିକା ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଛନ୍ତି।

ଛାତ୍ରଛାତ୍ରୀମାନେ ‘www.chseodisha.nic.in’ ଓ ‘www.orissaresults.nic.in’ ସାଇଟ୍‌ ଜରିଆରେ ସେମାନଙ୍କର ରେଜଲ୍ଟ ଦେଖିପାରିବେ। ରେଜଲ୍ଟ ଦେଖିବା ପାଇଁ ପରୀକ୍ଷାର୍ଥୀମାନେ ଉଭୟ ରୋଲ୍‌ ନମ୍ବର ଓ ରେଜଷ୍ଟ୍ରେସନ୍‌ ନମ୍ବର ଦେବା ଆବଶ୍ୟକ ବୋଲି ପରିଷଦ ପକ୍ଷରୁ ସ୍ପଷ୍ଟ କରାଯାଇଛି।

 

ଉଲ୍ଲେଖଯୋଗ୍ୟ, ଏବର୍ଷ କଳାରେ ୨ ଲକ୍ଷ ୩୫ ହଜାର ୧୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ବାଣିଜ୍ୟରେ ୨୭ ହଜାର ଓ ଧନ୍ଦାମୂଳକ ଶିକ୍ଷାରେ ମାତ୍ର ୬ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ଗତ୍‌ ଜୁନ୍‌ ୩ ତାରିଖରେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇସାରିଛି।

ପରୀକ୍ଷା ସମ୍ବନ୍ଧୀୟ ଅନ୍ୟାନ୍ୟ ଖବର ଜାଣିବା ପାଇଁ ‘ସମ୍ବାଦ୍‌.ଇନ୍‌’ ଫଲୋ କରନ୍ତୁ।

ସମ୍ବନ୍ଧିତ ଖବର